କୁମରକେଲି ସ୍କୁଲରେ ଜୁନିୟର ରେଡ଼କ୍ରସ ୟୁନିଟ ଗଠନ ।

0 217

ଉଲୁଣ୍ଡା ,୧୨/୦୮(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ପଞ୍ଚାୟତ ଅନ୍ତର୍ଗତ କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ଜୁନିଅର ରେଡ଼କ୍ରସ ୟୁନିଟ ଗଠନ ହୋଇଯାଇଛି । ୨୫୬ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନରତ ଏହି ବିଦ୍ୟାଳୟ ରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ରୁ ୯୨ ଜଣ ଛାତ୍ର ଛାତ୍ରୀ ଙ୍କୁ ନେଇ ଦୁଇଟି ୟୁନିଟ ଗଠନ କରାଯାଇଛି । ଏ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡ଼କ୍ରସ ଅଫିସର ଶ୍ରୀଯୁକ୍ତ ରବିଚନ୍ଦ୍ର ପଶାୟତ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି କୁ କିପରି ପ୍ରାଥମିକ ଚିକିତ୍ସା ଦିଆଯାଇ ସୁରକ୍ଷିତ ଡାକ୍ତରଖାନା କୁ ପଠା ଯାଇ ପାରିବ, ଦେହରେ ନିଆଁ ଲାଗିଲେ କିପରି ଲିଭାଯାଇ ପାରିବ, ବଜ୍ରପାତ ସମୟ ରେ କିପରି ସୁରକ୍ଷିତ ରହି ପାରିବା ଆଦି ଜୀବନ କୌଶଳ ତାଲିମ ପ୍ରଦାନ ସହ ସେବା କ୍ଷେତ୍ରରେ ଉସ୍ସର୍ଗୀକୃତ ହେବା ପାଇଁ ଉପସ୍ଥିତ ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ ତଥା ଗ୍ରାମବାସୀ ଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଵି ସି ସି ସୋନପୁର ଗୋପେଶ ପଣ୍ଡା, ସାଧନ କର୍ମୀ ଚନ୍ଦ୍ରଶେଖର ମହାପାତ୍ର, ହେମନ୍ତ ମେହେର ଯୋଗଦେଇ ଜୁନିଅରସ୍ ମାନଙ୍କୁ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ସ୍କାର୍ଫ, ୱାଗଲ ଓ ବ୍ୟାଚ ବଣ୍ଟନ କରାଯାଇ ପିଲାଙ୍କୁ ରେଡ଼କ୍ରସ ମନ୍ତ୍ର ରେ ଦୀକ୍ଷିତ କରା ଯାଇଥିବା ବେଳେ ପ୍ରଧାନ ଶିକ୍ଷକ ଭରତ ହରିପାଲ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭା କୁ ପରାମର୍ଶଦାତା ହୃଷିକେଶ ଚାନ୍ଦ ମଞ୍ଚ ପରିଚାଳନା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ, ବିଦ୍ୟାଳୟ ର ବରିଷ୍ଠ ସହକାରୀ ଶିକ୍ଷକ ବାମଦେବ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ମହଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପରାମର୍ଶ ଦାତା ଜଗଦୀଶ ଦାଶ ଓ କୈରାଝୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପରାମର୍ଶ ଦାତା ଜିତେନ୍ଦ୍ର ପରଡିଆ, ଶିକ୍ଷକ ଦିଲ୍ଲୀପ ପଣ୍ଡା, ଶିବରାମ ଚାନ୍ଦ, ନରେନ୍ଦ୍ର ନାଗ, ସତ୍ୟ ନାରାୟଣ ମେହେର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ରଞ୍ଜନ ପଧାନ, ସଭ୍ୟ କୁମାର ଖୁରା, ବିନୋଦ ମହାପାତ୍ର ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ । ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଉଭୟ ୟୁନିଟ ର ଚେୟାରମ୍ୟାନ ଭାବେ ଚିକୁ ବେହେରା ଓ ବଲ୍ଲଭି ମହାପାତ୍ର, ଭାଇସ ଚେୟାରମ୍ୟାନ ଭାବେ ତରଣୀ ପଧାନ ଓ ମନୀଷା ଗହୀର, ସମ୍ପାଦକ ଭାବେ ସିକିତା ପଧାନ ଓ ରଜତ ବେହେରା, ଯୁଗ୍ମ ସମ୍ପାଦକ ଭାବେ ଶିଳ୍ପୀ ବେହେରା ଓ ପିୟୁଷ ବେହେରା, କମାଣ୍ଡର ଭାବେ ସଂଗୀତା ଭୋଇ ଓ ତ୍ରିଲୋଚନ ପେରା, ଭାଇସ କମାଣ୍ଡର ଭାବେ ସବ୍ୟାସିନୀ ମେହେର ଓ ଥବିର ବେହେରା ମନୋନୀତ ହୋଇଥିଲେ । ଜୁନିଅର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରା ଯାଇଥିବା ବେଳେ ଲୋକଙ୍କ ମଧ୍ୟରେ ରେଡ଼କ୍ରସ ପ୍ରତି ସଚେତନ ଉଦ୍ଦେଶ୍ୟ ରେ ଏକ ଶାନ୍ତି ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.