କୁଡୁମୁଲୁଗୁମ୍ମାରେ ରକ୍ତଦାନ ଶିବିର ।

0 271

ମାଲକାନଗିରି,୨୬/୦୮(ପିପିଟି): କୁଡୁମୁଲୁଗୁମ୍ମା ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଅବସରରେ ଚିତ୍ରକୋଣ୍ଡା ମାନ୍ୟବର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଅନ୍ୟମାନଙ୍କ ମଧ୍ୟରେ କୁଡୁମୁଲୁଗୁମ୍ମା ବିଏସଏଫ ୧୫୧ ବାଟାଲିୟନର ଅତିରିକ୍ତ କମାଣ୍ଡର ସୌରଭ ଫୌଜଦାର, ସ୍ଥାନୀୟ ଫାଣ୍ଡି ଅଧିକାରୀ ଅଜିତ କୁମାର ଷଡଙ୍ଗୀ, ଖଇରପୁଟ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀଙ୍କ ସହ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ. ସନ୍ତୋଷ କୁମାର ଷଡଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ । ଆଜିର ଏହି ଶିବିର ପୂର୍ବତନ ଦିବଙ୍ଗତ ବିପିଏମ୍ ସ୍ବର୍ଗତ ହର ପ୍ରସାଦ ତାରିଣୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ କରାଯାଇଥିଲା । ଅତିଥିମାନେ ସ୍ବର୍ଗତ ହର ବାବୁଙ୍କ ତୈଳ ଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଶ୍ରୀ ବାକା ସମସ୍ତ ଯୁବ ସମାଜକୁ ରକ୍ତଦାନ ଭଳି ପୂଣ୍ୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଏସଏଫ ଯବାନ, ହସ୍ପିଟାଲ କର୍ମଚାରୀ , ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ସମୂହ ଓ ସ୍ଥାନୀୟ ଜନସାଧାରଣ ମାନେ ପ୍ରବଳ ଉତ୍କଣ୍ଠା ଓ ଉତ୍ସାହର ସହ ରକ୍ତଦାନ କରିଥିବା ଜଣାପଡିଛି । ମାଲକାନଗିରି ବ୍ଲଡ଼ ବ୍ୟାଙ୍କରୁ ଆସିଥିବା କର୍ମଚାରୀମାନେ ଉପସ୍ଥିତ ରହି ଯଥେଷ୍ଟ ସତର୍କତା ଅବଲମ୍ବନ କରି ପାଖାପାଖି ୫୦ ୟୁନିଟ ରକ୍ତ ସଂଗ୍ରହ କରିଥିବା ବିଷୟରେ ସୂଚନା ଦେଇଛନ୍ତି । ସମ୍ପୂର୍ଣ୍ଣ ଶିବିରକୁ ଚିକିତ୍ସାଧିକାରୀ ଡ. ସନ୍ତୋଷ କୁମାର ଷଡଙ୍ଗୀ ପରିଚାଳନା କରିଥିଲାବେଳେ ଫାର୍ମାସିଷ୍ଟ ସଞ୍ଜୟ କୁମାର ପୃଷ୍ଟି ସହଯୋଗ କରିଥିଲେ । ଆଜି ବିଧାୟକଙ୍କ ଜନ୍ମଦିନ ଥିବାରୁ ଏହି ଅବସରରେ ଶ୍ରୀ ବାକା ସମସ୍ତ ବିଏସଏଫ ଯବାନ ଓ ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କୁ ମିଠା ଖୁଆଇ ଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.