କୁଜଙ୍ଗ ଠାରେ ସିପିଆଇର ୯୫ ତମ ପ୍ରତିଷ୍ଠା ଦିବସ ପାଳିତ।

0 473

କୁଜଙ୍ଗ,୨୬/୧୨(ପିପିଟି); କୁଜଙ୍ଗ ସ୍ଥିତ ଲୋକନାଥ ଭବନରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ୯୫ତମ ପ୍ରତିଷ୍ଠା ଦିବସ ମହା ଆଡ଼ମ୍ବରରେ ପାଳନ କରାଯାଇଛି । କୁଜଙ୍ଗ ଜୋନାଲ କମିଟିର ବରିଷ୍ଠ ସଭ୍ୟ ଭଗବାନ ସ୍ଵାଇଁ ଦଳୀୟ ପତାକା ଉତ୍ତୋଳନ କରିଥିଲେ । ଶ୍ରମିକ ନେତା ସୁବାସ ମହାପାତ୍ର, ଉତ୍କଳ ମହିଳା ସଂଘ ନେତ୍ରୀ ଜିନ୍ମୟୀ ସାହାଣୀ, ଜୋନ୍ ସଂପାଦକ ଶରତ ବେହେରା,ସହ ସଂପାଦକ ଋଷିକେଶ ନାଥ,ଅଜୟ ବେହେରା, ଶ୍ରୀନିବାସ ଜୁଝାରସିଂ, କୃଷକ ନେତା ବିଷ୍ଣୁଚରଣ ମୁଦୁଲି, ସମାଜସେବୀ ରବି ସାମଲ, ସଲିଳ ସାମନ୍ତରାୟ, ଗୌତମ ଦାସ, ଜଗନ୍ନାଥ ବାରିକ, ରବିନ୍ଦ୍ର ପଲେଇ ପ୍ରମୁଖ ଇଂରେଜ ଶାସନ ବିରୁଦ୍ଧରେ ପ୍ରତିଷ୍ଠିତ କମ୍ୟୁନିଷ୍ଟ ପାର୍ଟିର ୧୯୨୫ ମସିହା ଠାରୁ ଦୀର୍ଘ ବର୍ଷର ଯାତ୍ରା ତଥା ସଂଗ୍ରାମୀ ମାନଙ୍କ ବଳିଦାନ ବିଷୟରେ ଉପସ୍ଥିତ ଜନତାଙ୍କୁ ଅବଗତ କରାଇଥିଲେ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି।)

Leave A Reply

Your email address will not be published.