କୁକୁଡାଖଣ୍ଡି ବ୍ଲକର ୧୯ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ଦାଖଲ।

0 1,359

ବ୍ରହ୍ମପୁର,୨୬/୦୭(ପିପିଟି):କୁକୁଡାଖଣ୍ଡି ବ୍ଲକର ୧୯ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ଦାଖଲ ହୋଇଛି। ସାମାଜିକ କର୍ମୀ ସମରଜିତ୍ ମହାନ୍ତି ସାର୍ଟିଫିକେଟ ତଦନ୍ତ ପାଇଁ ଅଭିଯୋଗ କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ଜାଲ ସାର୍ଟିଫିକେଟ ଦେଇ ଶତାଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଯୁକ୍ତି ପାଇଛନ୍ତି। ୨୦୧୯ ଠାରୁ ପର୍ଯ୍ଯାୟ କ୍ରମେ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ହୋଇ ଆସୁଛି। ମାମଲା ମଧ୍ଯ ହାଇକୋର୍ଟ ପହଞ୍ଚିଛି। ଗଞ୍ଜାମ ଜିଲ୍ଲାରେ ତଦନ୍ତ ମନ୍ଥର ଗତିରେ ଚାଲିଛି। ଶ୍ରୀ ମହାନ୍ତି କୁକୁଡାଖଣ୍ଡି ବ୍ଲକର ଜାଲ ସାର୍ଟିଫିକେଟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀ,ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ଯ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ, ରାଜ୍ଯ ପ୍ରକଳ୍ପ ସଂଯୋଜକ, ଓପେପା, କ୍ରାଇମବ୍ରାଞ୍ଚ,ଏସପି ଭିଜିଲାନ୍ସ, ଏସପି ବ୍ରହ୍ମପୁର, ଜିଲ୍ଲାପାଳ ଗଞ୍ଜାମ, ଡିଇଓ ଓ ଡିପିସି ଗଞ୍ଜାମଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି।

Leave A Reply

Your email address will not be published.