କୁକୁଡାଖଣ୍ଡି ବ୍ଲକରେ ବାଚସ୍ପତିଙ୍କ ମାରାଥନ କାର୍ଯ୍ୟକ୍ରମ ।

0 749

ବ୍ରହ୍ମପୁର,୨୭/୦୧(ପିପିଟି); ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ଥରେ ଆସି ଦିଗପହଣ୍ଡି ବିଧାୟକ ତଥା ଓଡିଶା ବିଧାନସଭା ବାଚସ୍ପତି ଡ଼ଃ.ସୂର୍ଯ୍ୟ ନାରାୟଣ ପାତ୍ର ବିଭିନ୍ନ ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟାକ୍ରମରେ ଯୋଗ ଦେଇଛନ୍ତି । ପ୍ରଥମେ ବାଲିପଡ଼ା ଗ୍ରାମରେ ମା ମହୁରୀ କାଳୁଆ ଟ୍ରାକ୍ଟର ମାଲିକ ସଙ୍ଘ,କଳିଙ୍ଗ ଯୁବକ ସଙ୍ଘ ଏବଂ ଆଟୋ ଚାଳକ ସଙ୍ଘ ପକ୍ଷରୁ ବାଚସ୍ପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଏକ ବିରାଟ ପାଟୁଆରରେ ସ୍ୱାଗତ କରାଯାଇଥିଲା । ପରବର୍ତ୍ତୀ ସମୟରେ ସମବାୟ ସମିତି ଗୋଦାମ ଗୃହ ସମେତ ଏକ ପାନୀୟ ଜଳ ପ୍ରକଳ୍ପ ଏବଂ ରାଜୀବ ଗାନ୍ଧୀ ସେବା କେନ୍ଦ୍ରକୁ ଉଦଘାଟନ କରିଥିଲେ । ପରବର୍ତ୍ତୀ ସମୟରେ ବାଇଗଣବାଡ଼ି ଗ୍ରାମରେ ନିର୍ମାଣ ଶ୍ରମିକ ମାନଙ୍କୁ ଭତା ବଣ୍ଟନ ଏବଂ ପାଣ୍ଡିଆଝୋଳି ଗ୍ରାମରେ କୋଲଥିଆ ପୋଖରୀର ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ କଲ୍ୟାଣ ମଣ୍ଡପ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ରୋହିଙ୍ଗା ଗ୍ରାମରେ ଯୋଗ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ ଓ ଗୁଡ଼ିଆ ପୋଖରୀ ସୌନ୍ଦର୍ଯ୍ୟ କରଣର ଉଦଘାଟନ କରିଥିଲେ । ପରିଶେଷରେ ନଳିହାଡ଼ ଗ୍ରାମରେ ଏକ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରି ଜନସାଧାରଣଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ଚାଷୀଙ୍କ ସମସ୍ୟା କିପରି ଦୂର ହୋଇପାରିବ ସେ ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଉପ-ଜିଲ୍ଲାପାଳ କୀର୍ତି ଭାଷନ,ବିଡ଼ିଓ ଗଦାଧର ପାତ୍ର,ଯୁବ ନେତା ସନାତନ ସଂଗ୍ରାମ ସିଂ,ଦିଗପହଣ୍ଡି ଯୁବ ନେତା ଏମ୍.ନିରଞ୍ଜନ ରେଡ୍ଡୀ,ସମିତି ସଭ୍ୟ ନିରଞ୍ଜନ ମହାନ୍ତି,ସଞ୍ଜୟ କୁମାର ପାଣିଗ୍ରାହୀ,ପୂର୍ବତ୍ତନ ସରପଞ୍ଚ ସୁଦର୍ଶନ ବେହେରା,ଶିଶିର କୁମାର ଚୌଧୁରୀ,ଟୁନା ସ୍ୱାଇଁ,ମୋନଜ କୁମାର ବିଷୋୟୀ,ବାବୁଲା ସାହୁ,ବିକ୍ରମ କୁମାର ଜେନା,ଭୀମ ସ୍ୱାଇଁ ସମେତ ଶତାଧିକ କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.