କିଟ୍ ବିଶ୍ଵବିଦ୍ୟାଳୟ ଠାରେ ଆୟୋଜିତ ହୋଇଥିବା ତିନିଦିନିଆ କର୍ମଶାଳାକୁ ଆସିଥିବା ପ୍ରତିନିଧି ମଣ୍ଡଳୀଙ୍କ ହିଞ୍ଜିଳି କ୍ଷେତ୍ର ପରିଦର୍ଶନ ।

0 257

ବ୍ରହ୍ମପୁର,୧୯/୦୨(ପିପିଟି):ଭାରତ ସରକାରଙ୍କ ପଞ୍ଚାୟତରାଜ ମନ୍ତ୍ରଣାଳୟ ଓ ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା କିଟ୍ ବିଶ୍ଵବିଦ୍ୟାଳୟ ଠାରେ ଆୟୋଜିତ ହୋଇଥିବା ତିନିଦିନିଆ କର୍ମଶାଳା ଉଦଯାପିତ ହୋଇଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରରୁ ଆସିଥିବା ପ୍ରତିନିଧି ମାନଙ୍କ ପାଇଁ ଏକ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ହିଞ୍ଜିଳି ପଞ୍ଚାୟତ ସମିତିର ନିରନ୍ତର ବିକାଶ ଲକ୍ଷରେ ସ୍ଥାନୀୟ କରଣକୁ ଉଦ୍ଦେଶ୍ଯକୁ ହାସଲ କରିବା ନିମନ୍ତେ ପଞ୍ଚାୟତ ଗୁଡିକରେ ଚାଲୁ ରହିଥିବା କାର୍ଯ୍ୟକ୍ରମକୁ ଆଜି କଳାହାଣ୍ଡି ଜିଲ୍ଲାର ୪୫ଜଣିଆ ପଞ୍ଚାୟତ ରାଜ ବିଭାଗର ଜନପ୍ରତିନିଧି ଓ ଅଧିକାରୀ ଗଣ ବୁଲି ଦେଖିଥିଲେ । ଏହି ଅବସରରେ ଯୋଗ ଦେଇଥିବା ଅତିଥିମାନଙ୍କୁ ହିଞ୍ଜିଳି ବ୍ଳକ୍ ଦାରୁଭଦ୍ରା ପଞ୍ଚାୟତ ସମିତି ଠାରେ ସ୍ଥାନୀୟ ନେତୃବୃନ୍ଦ, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ସମସ୍ତ ସରପଞ୍ଚ ସମିତି ସଭ୍ୟ ସଭ୍ୟାଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ପଞ୍ଚାୟତ ତରଫରୁ ଆୟୋଜିତ ଏହି ସଭାରେ ବ୍ଲକର ସମସ୍ତ ପଞ୍ଚାୟତ ଗୁଡିକର ନିରନ୍ତର ବିକାଶ ଲକ୍ଷରେ ସ୍ଥାନୀୟ କରଣ ନିମନ୍ତେ ହାତକୁ ନିଆଯାଇଥିବା ସଂକଳ୍ପ ଓ ଏହାର କାର୍ଯ୍ୟକାରୀ ନିମନ୍ତେ ପଞ୍ଚାୟତ ପ୍ରତିନିଧି ଓ ଜନସାଧାରଣଙ୍କ ସହଯୋଗର ଗୁରୁତ୍ୱ ଉପରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଅତିଥି ମାନଙ୍କୁ ଅବଗତ କରାଇଥିଲେ । ପଞ୍ଚାୟତ ମାନଙ୍କର ଏହି ସଵୁ ଲକ୍ଷ ହାସଲ ପାଇଁ କାର୍ଯ୍ୟକ୍ରମ ଚାଲୁ ରହିଛି ଓ ପ୍ରତି ବର୍ଷ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା ପ୍ରସ୍ତୁତିରେ ଏହାକୁ ଧ୍ୟାନ ଦିଆଯାଇଥିବା କଥା ସୂଚନା ଦିଆଯାଇଥିଲା । ପରେ ସ୍ଥାନୀୟ ନେତୃବୃନ୍ଦ ଓ ପଞ୍ଚାୟତ ପ୍ରତିନିଧି ସମୃଦ୍ଧ ପଞ୍ଚାୟତ ଗଠନରେ ପ୍ରଶାସନ ଓ ପଞ୍ଚାୟତର ସହଯୋଗ ଏବଂ ସମନ୍ୱୟ ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ଉପସ୍ଥିତ ଅତିଥିବୃନ୍ଦ ପଞ୍ଚାୟତ କାର୍ଯ୍ୟାଳୟ ବୁଲିବା ସହ ମିଶନ ଶକ୍ତି ଗୃହରେ ଆୟୋଜନ କରାଯାଇଥିବା ମୋ ଗେହ୍ଲା ଝିଅ, ନିର୍ଭୟା କଢି କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଦାରୁଭଦ୍ରା ଗ୍ରାମ ପଞ୍ଚାୟତର ପଞ୍ଚାୟତ ପାଠାଗାର, ମିନି ଷ୍ଟାଡିଅମ, ଆଦର୍ଶ ପୋଖରୀ, ଶିଶୁ ଉଦ୍ୟାନ ଦେଖିବା ପରେ ଶାସନ ଆମ୍ବାଗାଁ ପଞ୍ଚାୟତର ବିଭବ କେନ୍ଦ୍ର,ଆଦର୍ଶ ଅଙ୍ଗନୱାଡି,ପ୍ରମୋଦ ଉଦ୍ୟାନ ବୁଲି ଦେଖିବା ସହ ସାରୁ ଗ୍ରାମ ପଞ୍ଚାୟତର ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ,ମିଶନ ଶକ୍ତି ଗୃହ, ପଞ୍ଚାୟତ ପାଠଗାର ବୁଲି ଦେଖିଥିଲେ । କାର୍ଯ୍ୟକ୍ରମ ଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଜେନା ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ- ଅଜିତ୍ କୁମାର ପଟ୍ଟନାୟକ। )

Leave A Reply

Your email address will not be published.