ପୋଲସରା,୨୩/୦୩(ପିପିଟି): କାହ୍ନୁ ଚରଣ ପରିଡ଼ା ପୋଲସରା ପଞ୍ଚାୟତ ସମିତି ସମିତିର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଆଜି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଉପାଧ୍ୟକ୍ଷ ପଦବୀ ସକାଶେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ନିର୍ବାଚନରେ ମଧୁପଲ୍ଲୀ ଗ୍ରାମ ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିବା କାହ୍ନୁ ଚରଣ ପରିଡ଼ା ଏକ ମାତ୍ର ପ୍ରାର୍ଥୀ ଭାବେ ନିଜର ମନୋନୟନ ପତ୍ର ଦାଖଲ କରିଥିଲେ। ଅନ୍ୟ କେହି ପ୍ରାର୍ଥୀ ପତ୍ର ଦାଖଲ ନ କରିବା ରୁ ନିର୍ବାଚନ ଅଧିକାରୀ କାହ୍ନୁ ଚରଣ ପରିଡା ବିନା ପ୍ରତିଦ୍ବନ୍ଦିତାରେ ଉପାଧ୍ୟକ୍ଷ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )