ବ୍ରହ୍ମପୁର,୦୪/୦୮(ପିପିଟି) ହିଞ୍ଜିଳି ବ୍ଲକ ରାଜ୍ୟ ମୁଖ୍ୟ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ବ୍ଲକ । ଏଠାରେ ଦାୟିତ୍ୱ ପାଉଥିବା ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ବଛାବଛା ବ୍ୟକ୍ତିତ୍ବ ହୋଇଥିବେ ବୋଲି ସାଧାରଣରେ ଚର୍ଚ୍ଚା । କିନ୍ତୁ ଏହି ଅଞ୍ଚଳ ନାମକୁମାତ୍ର ରାଜ୍ୟ ମୁଖିଆଙ୍କ ହୋଇଥିଲେ ମଧ୍ୟ ଦୁର୍ନୀତି ଓ ଅନୀତି ର ଖେଳଘର ସାଜିଛି।କିଛିଦିନ ତଳେ ହିଞ୍ଜିଳି ତହସିଲ ରେ ୧୦,୦୦୦ ଟଙ୍କା, ପଟ୍ଟା କରାଇଦେବାପାଇଁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧାରା ପଡ଼ିଥିଲେ ଜଣେ ବରିଷ୍ଠ କିରାଣୀ । ବିଷୟଟି ସେହି ସମୟରେ ଚର୍ଚ୍ଚାର ବିଷୟ ପାଲଟି ଥିଲା । ଏହି ଅଞ୍ଚଳରେ ଜନତା ପ୍ରସାନିକ ଦଳ ଉପରେ ଏବଂ ନବୀନ ବାବୁଙ୍କ ଉପରେ ଯେତେ ଆଶା ଓ ଭରସା ରଖିଛନ୍ତି, ତାଠାରୁ ବହୁଗୁଣରେ ଜନତାଙ୍କ ତଣ୍ଟି କାଟୁଛନ୍ତି ହିଞ୍ଜିଳି ବ୍ଲକ ,ତହସିଲ, ପୌରପରିଷଦ ଏବଂ ଅନ୍ୟାନ୍ୟ ପ୍ରଶାସନିକ ସେବାରେ ନିୟୋଜିତ ଅଧିକରୀ ଓ ଅଧସ୍ତନ କର୍ମଚାରୀ। ମୁଖରେ ମଧୁର ବଚନ ଥିବାବେଳେ ନବୀନଙ୍କ ନାମକୁ ଜପକରୀ ୫ଟି ର ଫୋଟ ମାରି ଜନତାଙ୍କୁ ଲୁଣ୍ଠନ କରିବାରେ ବ୍ୟସ୍ତ । ଏହି କାରଣରୁ ପୁଣିଏକ ଭିଜିଲାନ୍ସ ଚଢ଼ାଉ ଅବସମ୍ଭାବି ବୋଲି ସାଧାରଣରେ ଆଲୋଚନା ହେଉଛି । ଏହା କେତେବେଳେ ଓ କେଉଁ ଜାଗାରେ ହେବ ତାହା ଭବିଷ୍ୟତ କହିବ । ଜନତାଙ୍କ ପ୍ରତେକଟି ବିଷୟକୁ ଆଖିଆଗରେ ରଖି ସରକାର କାର୍ଯ୍ୟ କରୁଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଥିବାର ହିଞ୍ଜିଳି ବ୍ଲକ ରେ ହୋଇଥିବା ଏକ ବଦଳି ଆଦେଶକୁ ଦେଖିଲେ ସ୍ପଷ୍ଟ ହୁଏ । ଦୀର୍ଘବର୍ଷ ଧରି ନିଜର କରିତକର୍ମା ପ୍ରଦର୍ଶନ ସହ ବହୁବଳୀ ପ୍ରତିନିଧିଙ୍କୁ କରାୟତ କରି ପ୍ରାୟ ଦୀର୍ଘ ୨୦ ବର୍ଷ ହେଲା ଗଂଜାମ ଜିଲ୍ଲା ତଥା ଦୀର୍ଘବର୍ଷ ଧରି ହିଞ୍ଜିଳି ବ୍ଲକରେ କାର୍ଯ୍ୟ କରିଆସୁଛନ୍ତି, ଚର୍ଚ୍ଚିତ କୋଟିପତି ଯନ୍ତ୍ରୀ ସୀମାଞ୍ଚଳ ଦାସ । ଉକ୍ତ ବିଷୟକୁ କେନ୍ଦ୍ରକରି ବହୁବାର ଖବର ପ୍ରତିବାଦ ହେବାପରେ ଗତ ୦୯/୦୬/୨୦୨୨ପାତ୍ରଙ୍କ ନଂ ୫୪୭୦/xx vii-୧୮/୨୨ ପ୍ରକାରେ ଜିଲ୍ଲା କାର୍ଯ୍ୟାଳୟରୁ ଯନ୍ତ୍ରୀ ସୀମାଞ୍ଚଳ ଦାସ ଓ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡାଙ୍କୁ ପ୍ରାୟ ଦୁଇମାସ ପୂର୍ବେ ବଦଳି ଆଦେଶ ହୋଇଥିଲେ ମଧ୍ୟ ଏବଂ ୦୯ /୦୬/୨୦୨୨ ମେମୋ ନଂ -୫୪୭୧ପ୍ରକାରେ ବ୍ଲକ ଅଧିକାରୀ (ବିଡ଼ିଓ) ଅବଗତ ଥାଇ ମଧ୍ୟ କାହିଁକି ଆଦେଶକୁ ଅଣଦେଖା କରାଯାଇଛି, ଏଠାରେ ପ୍ରଶ୍ନ ଉଠୁଛି । ବହୁଦିନଧରି ବଦଳି ଆଦେଶ ଥିବାସତ୍ୱେ କାହା ପ୍ରରୋଚନାରେ ଏବଂ କାହା ଛାତ୍ରଛାୟା ତଳେ ବଦଳି ଆଦେଶକୁ ଅସମ୍ମାନ କରାଯାଉଛି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।ବୁଦ୍ଧିଜୀବୀଙ୍କ ପ୍ରକାରେ ଉକ୍ତ ଯନ୍ତ୍ରୀ ତାଙ୍କ ଉପରିସ୍ଥ ପ୍ରସାନିକ ଅଧିକାରୀଙ୍କୁ ଖାତିରି କରୁନଥିବାବେଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶଙ୍କୁ ମଧ୍ୟ ଖାତିର କରୁନଥିବା ଓ ୫ଟିକୁ ପକେଟ ରେ ରଖି ଖେଳୁଛନ୍ତି ବୋଲି ଆଲୋଚନା ହେଉଛି । ଗୋଟିଏ ଜାଗାରେ ବହୁଦିନ ଧରି ରହିବା, ଓଡିଶା ପ୍ରଶାସନିକ ସେବା ଆଇନ ଉଲ୍ଲଘଂନ ହେଉଥିଲେ ମଧ୍ୟ ନବୀନ ବାବୁଙ୍କ ପ୍ରତିନିଧି କୁହାଯାଉଥିବା ବ୍ୟକ୍ତିଙ୍କୁ କରଗତ କରି ସେ କୁଆଡ଼େ ସମସ୍ତ କ୍ଷମତା ଓ ଆଇନର ଅଣଦେଖା କରୁଥିବା ବିଷୟ ସାଧାରଣରେ ଆଲୋଚନା ହେଉଛି । ଶୁଣା ଖବର ପ୍ରକାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି କୁଆଡ଼େ ଭୁବନେଶ୍ୱର ସ୍ଥିତ ଉକ୍ତ ଯନ୍ତ୍ରୀଙ୍କ ଘରେ ରହୁଛନ୍ତି ବୋଲି ଚର୍ଚ୍ଚା ହୋଇଛି। ଏହାକୁ ପାଥେୟ କରି ସେ ସବୁ କାର୍ଯ୍ୟ ନୀତିକୁ ଅନୀତିରେ ପରିବର୍ତ୍ତନ କରିପାରୁଛନ୍ତି ବୋଲି ଶୁଣିବାକୁ ମିଳିଛି। ଚର୍ଚ୍ଚିତ ଶୁଣା ଖବର ଯଦି ସତ୍ୟ ହୋଇଥାଏ ହିଞ୍ଜିଳି ବ୍ଲକ କୁ ଭିଜିଲାନ୍ସ ଆଉ ବହୁଦୁର ନୁହଁ ବୋଲି ଜନତାଙ୍କ ଆଲୋଚନାରୁ ସ୍ପଷ୍ଟ । ଏଭଳି ଦୁର୍ନୀତି ଓ ଅନୀତିକୁ ପ୍ରଶ୍ରୟ ନଦେଇ ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।