ବ୍ରହ୍ମପୁର,୦୯/୧୦(ପିପିଟି): ଭାରତ ହାତରେ ହିଁ ଇସ୍ଲାମିକ୍ ଜିହାଦୀ ଆତଙ୍କବାଦର କବର ଖୋଳା ହେବ ।ହିନ୍ଦୁମାନଙ୍କର ନୃଶଂସ ହତ୍ୟାର ବିରୁଦ୍ଧରେ ୦୯ ଅକ୍ଟୋବରରେ ବଜରଙ୍ଗଦଳର ଦେଶବ୍ୟାପୀ ଓ ଗଂଜାମ ଜିଲ୍ଲା ବ୍ରହ୍ମପୁରଠାରେ ବିକ୍ଷୋଭ ପ୍ରଦର୍ଶନ ।ଦୀର୍ଘ ଦିନ ହେଲା କାଶ୍ମୀର ଠାରେ ହିନ୍ଦୁମାନଙ୍କୁ ବାଛି ବାଛି ଲଗାତାର ହତ୍ୟାକାଣ୍ଡ ଘଟିଆସୁଛି । ବିଶ୍ୱହିନ୍ଦୁ ପରିଷଦର କେନ୍ଦୀୟ ମହାମନ୍ତ୍ରୀ ମିଳିନ୍ଦ ପରାଣ୍ଡେ ବିଗତ ପାଞ୍ଚ ଦିନ ମଧ୍ୟରେ ସାତ ଜଣ ଭାରତୀୟଙ୍କ ହତ୍ୟାରେ ଗଭୀର ଚିନ୍ତା ପ୍ରକାଶ କରି କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ ସରକାର ଜିହାନ୍ଦୀ ଆତଙ୍କବାଦ ଉପରେ ଲଗାମ ଲଗାଇବା ପାଇଁ ପାକିସ୍ତାନକୁ କଠିନ ଶିକ୍ଷା ଦେଉ ତଥା ହିନ୍ଦୁମାନଙ୍କର ପୁନର୍ବାସ ଏବଂ ଘାଟୀରେ ତାଙ୍କର ବିଚରଣ ପାଇଁ ଉଚିତ୍ ବ୍ୟବସ୍ଥା କରାଯାଉ । ହିନ୍ଦୁ ସମାଜର ପୁନର୍ବାସ ବିନା ଆତଙ୍କବାଦ ଉପରେ ଲଗାମ୍ ଲଗାଇବା ଅସମ୍ଭବ ଅଟେ । ତେଣୁ କେନ୍ଦୀୟ ମହାମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଲଗାତାର ହିନ୍ଦୁମାନଙ୍କୁ ବାଛି ବାଛି ହେଉଥିବା ନୃଶଂସ ହତ୍ୟାଗୁଡିକରେ ଆହତ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରି ପାକିସ୍ତାନର କୁଶପୁତ୍ତଳିକା ଦହନ କରିବେ । ଏହି ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ଡା, ଭବାନୀ ଶଙ୍କର ଦାସଙ୍କ ତତ୍ୱାବଧାନରେ ଯୁବବାହିନୀ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାମାନେ ଆଜି ରାମଲିଙ୍ଗମ୍ ବନ୍ଧ ନିକଟସ୍ଥ ହନୁମାନ ପ୍ରତିମୂର୍ତ୍ତି ସମ୍ମୁଖରେ ପାକିସ୍ତାନୀ ଜିହାନ୍ଦୀ ଆତଙ୍କବାଦ ବିରୋଧରେ ନାରାବାଜୀ ସହ କୁଶପୁତ୍ତଳିକା ଦାହ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସହସଞ୍ଜଯେକ ଗୋପାଳ କ୍ରିଷ୍ଣା ସ୍ୱାଇଁ, ଏନ ବାଳକୃଷ୍ଣ ରଡି ପ୍ରମୁଖ ସାମିଲ ହୋଇଥିଲେ।