ଭଞ୍ଜନଗର,୦୮/୦୫(ପିପିଟି);ଶନିବାର ଅପରାହ୍ନରେ ହାଠାତ୍ ପ୍ରବଳ ବେଗରେ ପବନ ସାଙ୍ଗକୁ ବର୍ଷା ହୋଇଥିଲା। ଫଳରେ ଭଞ୍ଜନଗର ବ୍ଲକ ସାନ କୋଦଣ୍ଡା ପଞ୍ଚାୟତ ବାହାଡ଼ା ପଦର ଅଞ୍ଚଳରେ କାଳ ବୈଶାଖୀ ପ୍ରଭାବରେ ବହୁ ଲୋକଙ୍କ ଘର ଭାଙ୍ଗିବା ସହ ଛପର ଓ ଟିଣ ଉଡ଼ାଇ ଦେଇଛି।ସେଥି ମଧ୍ୟରେ ସନିଆ କାଞ୍ଜିଆ ଓ ରାମଚନ୍ଦ୍ର ଜେନାଙ୍କ ଘର ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।ଯାହାଫଳରେ ସେମାନେ ସର୍ବାହରା ହୋଇ ଅନ୍ୟ ଲୋକଙ୍କ ଘର ବାରଣ୍ଡାରେ ଆଶ୍ରୟ ନେଇଛନ୍ତି।ତୁରନ୍ତ ପ୍ରଶାସନ ତରଫରୁ ସାହାଯ୍ୟ ଯୋଗାଇ ଦେବାକୁ ସ୍ଥାନୀୟ ଲୋକମାନେ ଦାବୀ କରିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )