କୋଦଳା,୨୧/୧୨(ପିପିଟି):ବୁଧବାର ସନ୍ଧ୍ୟା ୭ଘଣ୍ଟ ସମୟରେ କୋଦଳା ଥାନା ଅନ୍ତର୍ଗତ କାଳିମେଘି ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସର ରେ ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀଙ୍କ ସହାୟତାରେ କୋଦଳା ପୋଲିସ ର “ଆମ ପୋଲିସ ସମିତି “ବୈଠକ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଶତାଧିକ ଗ୍ରାମ ବାସୀଙ୍କ ଉପସ୍ଥିତି ରେ ଥାନା ଅଧିକାରୀ ଗ୍ରାମବାସୀଙ୍କୁ ପ୍ରଣାମ ଜଣାଇବା ସହିତ ମୁଁ ଥାନାରେ ରହିଥିବା ପର୍ଯ୍ୟନ୍ତ ଆପଣଙ୍କ ସେବାରେ ବୋଲି କହିଥିଲେ ।ଯେ କୌଣସି କେଶ ହେଉନା କାହିଁକି ମୋ ଥାନା କୁ ଆସନ୍ତୁ ଆମ୍ଭେ ଆପଣଙ୍କୁ ସମ୍ପୂର୍ଣ ନିଶୁକ୍ଳ ସେବା ଯୋଗାଇଦେବୁ । ପରେ ପରେ ସମାଜରେ ଘଟୁଥିବା କୁ ପ୍ରଥା ଯଥା ଗୁଣି ଗାରେଡି ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଗୁଣି ଗାରେଡି ହେଉଛି ଅନ୍ଧ ବିଶ୍ୱାସ, ଏଥିରେ କିଛି ସତ୍ୟତା ନାହିଁ,ଏହାକୁ ନେଇ ବହୁ ଧନ ଜୀବନ ନଷ୍ଟ ହେଉଛି, ଏହି କୁ ସଂସ୍କାର ପ୍ରଥାରେ ନ ପଡି ଯଦି ଏମିତି କିଛି ପରିସ୍ଥିତି ଦେଖାଯାଏ ତାହାହେଲେ କୌଣସି ଅପ୍ରିତିକର ପରିସ୍ଥିତି ଶୃଷ୍ଟି ନ କରି ଥାନା ର ଆଶ୍ରୟ ନିଅନ୍ତୁ, ଏହା ଏକ ସାମାଜିକ ବ୍ୟାଧି ଏଥିରୁ ନିବୃତ ରୁହନ୍ତୁ ନତୁବା କେଶ ହେବା ନିଶ୍ଚିତ ବୋଲି କହିଥିଲେ ତତ ସହିତ ରାସ୍ତା ଘାଟରେ ଝାଡା ଫେରିବା, ଟ୍ରାଫିକ ନିୟନ୍ତ୍ରଣ,ଜୁଆ ଖେଳରୁ ନିବୃତ ରହିବା,ରାସ୍ତା ଘାଟ ତଥା ସର୍ବସାଧାରଣ ସ୍ଥାନରେ ମାଦକ ଦ୍ରବ୍ୟ ବିକ୍ରି ନ କରିବା ଏବଂ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାର ଲୋଭନୀୟ ଅଫର ଦେଖାଇ ଟଙ୍କା ହଡପ ହେଉଥିବାରୁ ସେଥିପ୍ରତି ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ଯାହାର ଯାହା ଅସୁବିଧା ହେଉଛି ଟୋଲ ଫ୍ରି ନମ୍ବର ୧୧୨ କୁ ଡାଏଲ କରନ୍ତୁ, ପୋଲିସ ଆପଣଙ୍କ ପାଖରେ ପହଞ୍ଚିବ ବୋଲି ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସବ ଇନିସ୍ପେକ୍ଟର ଗୁଲୁ ମାଝୀ ଓ ପୋଲିସ କର୍ମକର୍ତ୍ତା ସମେତ ୱାର୍ଡ ସଦସ୍ୟ ଭାସ୍କର ପଣ୍ଡା, ସମାଜ ସେବି ବିଶ୍ଵାମିତ୍ର ତ୍ରିପାଠୀ, ବୁଲୁ ଗୌଡ଼,ଶିବାନନ୍ଦ ମହାରଣା, ରାମ ଦାସ, ନରି ଗୌଡ଼, ଅମର ଯେନା, ବଂଶୀଧର ଯେନା, ତ୍ରିଲୋଚନ ଗୌଡ଼, ପ୍ରଫୁଲ୍ଲ ପାଢ଼ୀ,ଜଟେଶ୍ୱର ଦାସ,କାଳୁ,ରାଜୁ ସମେତ ବିଜେଡି କର୍ମୀ ଓ ଶତାଧିକ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )