କାର ଧକ୍କାରେ ଦୁଇ ମୃତ, ଜଣେ ଗୁରୁତର ।

0 365

ବେଲଗୁଣ୍ଠା,୧୮/୦୭(ପିପିଟି);ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା କୁମ୍ପାପଡା ବସଷ୍ଟାଣ୍ଡ ନିକଟରେ ଘଟିଛି ସଡକ ଦୁର୍ଘଟଣା । ରାସ୍ତା କଡରେ ଛିଡା ହୋଇ କଥା ହେଉଥିବା ଲୋକଙ୍କୁ ଧକ୍କା ଦେଲା କାର । ଦୁଇ ମୃତ ଜଣେ ଗୁରୁତର । ମୃତକ ମାନେ ହେଲେ ଯାତ୍ରା ଗ୍ରାମର ପ୍ରଭାକର ମହାନ୍ତି ଅନ୍ୟଜଣେ ଆମ୍ବପୁଆ ଗ୍ରାମର ସନ୍ତୋଷ ସେଠି । ଗୁରୁତର ଜଣକ ହେଲେ କୁମ୍ପାପଡା ଗ୍ରାମର ବିଜୟ ସେଠୀ । ସୂଚନା ମୁତାବକ ତିନିଜଣ ବ୍ୟକ୍ତି ରାସ୍ତା କଡ଼ରେ ଠିଆ ହୋଇ ମେଡ଼ିସିନ କିଣିବା ବିଷୟରେ କଥା ବାର୍ତ୍ତା ହେଉଥିଲେ ।ହଠାତ ଭଞ୍ଜନଗର ରୁ ଭୁବନେଶ୍ୱର ଆଡକୁ ଯାଉଥିବା ଏକ କାର ଦ୍ରୁତଗତିରେ ଆସି ଲୋକଙ୍କୁ ଧକ୍କା ଦେଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ତଳେ ପଡିରହିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଜଗନ୍ନାଥପ୍ରସାଦ ମେଡିକାଲରେ ଭର୍ତ୍ତି କରିଛି । ଜଗନ୍ନାଥପ୍ରସାଦ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଭଞ୍ଜନଗର ମେଡିକାଲକୁ ଶବ ବ୍ୟବଛେଦ ପାଇଁ ପଠାଇଛି । କାର ଭିତରେ ବସିଥିବା ଦୁଇଜଣ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।ସେମାନଙ୍କୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.