କାର୍ଯ୍ଯରେ ମେସିନ ଲଗାଇବା ଓ ଫାଇଲ୍ ଚାଷରେ ପାରଙ୍ଗମ ସହକାରୀ ଯନ୍ତ୍ରୀ ।

0 1,830

ଆସ୍କା, ୨୯/୦୫(ପିପିଟି); ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଓ ନିର୍ଦ୍ଦେଶକୁ ଗଞ୍ଜାମ ଜିଲ୍ଲାରେ ପ୍ରଶାସନିକ ଅଧିକାରୀ ମାନେ ଧଯ୍ଯା ଉଡେଇ ଦେଲେଣି। ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିରେ ଚୂନ ଲଗାଇଲା ଭଳି କାର୍ଯ୍ୟ ହେଉଛି। 5T ମଧ୍ଯ ପଦରର ହୁବୁକା ଭଳି ସ୍ଥିତି ବୋଲି ସାଧାରଣରେ ଚର୍ଚ୍ଚା। ଗଞ୍ଜାମ ଜିଲ୍ଲାରେ ମନରେଗାରେ ସବୁ ଠାରୁ ବଡ ଦୁର୍ନୀତି ତଥାପି ମୁଖ୍ୟମନ୍ତ୍ରୀ କେବେ ସମୀକ୍ଷା କରି ନାହାଁନ୍ତି। ଏହାର ସୁଯୋଗ ଦେଖି ଅଧିକାରୀ ଫାଇଦା ଉଠାଇ ଚାଲିଛନ୍ତି। ଗଞ୍ଜାମ ଜିଲ୍ଲାର ଆସ୍କା ବ୍ଲକ୍ ଅନ୍ତର୍ଗତ ନିମିନା ପଞ୍ଚାୟତରେ ମଣିଷ ବଦଳେ ମେସିନ କାର୍ଯ୍ୟ କରୁଥିବା ଖବର ପ୍ରକାଶ ପାଇଥିଲା। କିନ୍ତୁ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ କେତେ ଦୂର ଗଲା ଜଣା ପଡି ନାହିଁ। ବିଶେଷ ସୂତ୍ରରୁ ଯହା ଖବର ଶୁଣିବାକୁ ମିଳିଛି ଯେ ନିମିନା ପଞ୍ଚାୟତରେ ମନରେଗା ଯୋଜନାରେ ୧୧ଟି ପ୍ରକଳ୍ପ ଯାହାର ଆନୁମାନିକ ମୂଲ୍ଯ ପ୍ରାୟ ୮୦ ଲକ୍ଷ ଟଙ୍କା । କିନ୍ତୁ କରୋନା ମହାମାରୀ ସମୟରେ ଲୋକଙ୍କୁ କଣ କାର୍ଯ୍ଯ ଯୋଗାଇବେ ତାବଦଳରେ ମେସିନ ବ୍ଯବହାର କରି କାର୍ଯ୍ୟ କରିଥିବାର ଅଭିଯୋଗ ଆସିଲା। ଏହି ଦୁର୍ନୀତିରେ ଜିଆରଏସ, କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ପ୍ରତ୍ୟେକ୍ଷ ସଂପୃକ୍ତି ନରହିଲେ ମେସିନ ରେ କାର୍ଯ୍ଯ କରିବା ସମ୍ଭବ ନୁହେଁ। ଶୁଣିବାକୁ ମିଳୁଛି ଯେ ସହକାରୀ ଯନ୍ତ୍ରୀ ନାରାୟଣ ସାହୁ ବଡ ପାରଙ୍ଗମ। ନେଇ ଆଣି ଥୋଇ ପାରିବା ବିଦ୍ଯା ଭଲ ଜଣା। ସହକାରୀ ଯନ୍ତୀ ଶ୍ରୀ ସାହୁ ଜିଲ୍ଲାପାଳ ଓ ପିଡିଙ୍କୁ ଭଲ ମେନେଜ୍ କରିପାରୁଛନ୍ତି ବୋଲି ଚର୍ଚ୍ଚା ଶୁଣିବାକୁ ମିଳୁଛି। ଆସ୍କା ବ୍ଲକ ନିମିନା ପଞ୍ଚାୟତର ଦୁର୍ନୀତି ତଦନ୍ତ ଓ କାର୍ଯ୍ଯାନୁଷ୍ଠାନ ନହେଲେ ମାମଲା ଉଚ୍ଚ ନ୍ୟାୟାଳୟକୁ ଯାଇପାରେ। ଗଞ୍ଜାମ ଜିଲ୍ଲାରେ ବିକାଶ କିଭଳି ହେଉଛି ଏବଂ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ଯକଳାପ ପ୍ରତି ମୁଖ୍ୟମନ୍ତ୍ରୀ ସିଧାସଳଖ ନଜର ରଖନ୍ତୁ ନଚେତ ଘର ଢିଙ୍କି କୁମ୍ଭୀର ନହେଉ।

Leave A Reply

Your email address will not be published.