ମାଲକାନଗିରି,୧୯/୦୮(ପିପିଟି): ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀଙ୍କ ସହ ଅନ୍ୟ ଚାରି ଜଣ କନେଷ୍ଟଲ କାର୍ଯ୍ୟରେ ଚରମ ଅବହେଳା ଯୋଗୁଁ ନିଲମ୍ବିତ କରାଯାଇଛିା ଏ ସମ୍ବନ୍ଧରେ ଓର୍କେଳ ଥାନା ଭାରପ୍ରାପ୍ତ ଅଧିକାରୀ ଜନ୍ ଖୁଜୁର୍ ପ୍ରକାଶ କରିଛନ୍ତି ଯେ,ସେ କୁଡୁମୁଲୁଗୁମ୍ମା ଆଉଟ୍ ପୋଷ୍ଟକୁ ଅନେକ ଥର ଯାଇ ସେଠାରେ ଥିବା ଫାଣ୍ଡି ଅଧିକାରୀ ଓ କନେଷ୍ଟବଲ ମାନଙ୍କୁ କାର୍ଯ୍ୟରେ ଅବହେଳା କରୁଥିବା ସମ୍ବନ୍ଧରେ ତାଗିଦ କରିଥିଲ । କିନ୍ତୁ କର୍ମଚାରୀ ମାନେ ତାଙ୍କ କଥାକୁ କର୍ଣ୍ଣପାତ
କରିନଥିବାରୁ ମାଲକାନଗିରି ଏସ୍.ପି.ଙ୍କୁ ଅବଗତ ତରାଇଥିଲେ । ଫଳରେ କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀଙ୍କୁ ମିଶାଇ ମୋଟ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ଓ ଲୋକଙ୍କ ସହ ଭଲ ବ୍ୟବହାର ନକରିବା ଯୋଗୁଁ ମାଲକାନଗିରି ଏସପି ନୀତେଶ ୱାଧ୍ଵାନୀ ଜଣେ ଏ ଏସ ଆଇ ସମେତ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ନିଳମ୍ବିତ ପୋଲିସ କର୍ମଚାରୀ ମାନେ ହେଲେ ଏ ଏସ ଆଇ କମୋଳ ଲୋଚନ ନାୟକ, କନେଷ୍ଚବଲ ଉମାକାନ୍ତ ପଠା ୟାତ୍, ପ୍ରଭାକର ପାହୀ,କନେଷ୍ଟବଲ ସୁଶାନ୍ତ ସାହୁ,ଏବଂ ପ୍ରସନ୍ନ ଦଳେଇ ବୋଲି ଜଣା ପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)