କବିସୂର୍ଯ୍ଯ ନଗର,୩୧/୧୦(ପିପିଟି); ଆସନ୍ତା କାଲି ଠାରୁ କାର୍ତ୍ତିକ ମାସ ଆରମ୍ଭ। ହିନ୍ଦୁ ରୀତିନୀତିରେ କାର୍ତ୍ତିକ ମାସ ଏକ ଧାର୍ମିକ ମାସ ଭାବରେ ପାଳନ କରାଯାଇଥାଏ। କାର୍ତ୍ତିକ ମାସ ପ୍ରତ୍ଯେକ ଦିନ ଶୈବପୀଠରେ ଭକ୍ତଙ୍କ ସମାଗମ ହେବ ସମ୍ଭାବନାକୁ ନଜରରେ ରଖି ସରକାର ଓ ପ୍ରଶାସନ ପକ୍ଷରୁ କଟକଣା ଜାରି ରହିଛି । ନିର୍ବାଚନ ସଭା, ସଚେତନତା ରାଲି ପାଇଁ ସରକାର କୋହଳ ମନୋବୃତ୍ତି ଆପଣେଇଛନ୍ତି। ଭଗବାନଙ୍କର ଦର୍ଶନ ପାଇଁ ଭକ୍ତଙ୍କୁ ସୁଯୋଗ ନଦେବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଭଗବାନଙ୍କୁ ଦର୍ଶନ ପାଇଁ ଭକ୍ତଙ୍କୁ ମନା । କବିସୂର୍ଯ୍ଯ ନଗର ଅଞ୍ଚଳରେ ବିଭିନ୍ନ ଶୈବପୀଠରେ କାର୍ତ୍ତିକ ମାସରେ ଭକ୍ତଙ୍କ ସମାଗମ ହେବ ନେଇ ଆଶଙ୍କା ରହିଛି। ସ୍ଥାନୀୟ ପ୍ରଶାସନ ବିଭିନ୍ନ ମନ୍ଦିରରେ ପୁଲିସ ବ୍ଯବସ୍ଥା କରି ଦର୍ଶନ ବନ୍ଦ କରିବା ପାଇଁ ପଦକ୍ଷେପ ନେଇପାରେ।