କାରକୁ ପିଟିଲା ବୁଲେଟ; ୨ଗୁରୁତର ।

0 249

ଭଞ୍ଜନଗର, ୧୩/୮(ପିପିଟି): ବେଲଗୁଣ୍ଠା ଥାନା ଅଧୀନ ଲୁଣିଝୋଳା ଗ୍ରାମ ନିକଟରେ ଆଜି ସନ୍ଧ୍ୟା ସମୟରେ ଏକ ସଡକ ଦୁର୍ଘଟଣା ଘଟି ବୁଲେଟ ଚାଳକ ଓ ଆରୋହି ଆହାତ ହୋଇଛନ୍ତି। ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଡିମ୍ବିରିଗୁଡା ଗ୍ରାମର ରୋହିତ ଦିଗାଲ ଓ ସୁରେଶ ଲଖି ଏକ ବୁଲେଟ୍‌ରେ ନୟାଗଡରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଲୁଣିଝୋଳା ଠାରେ ଏକ କାର୍‌ ସହ ଧକ୍କା ହେବା ଫଳରେ ଗୁରୁତର ଆହାତ ହୋଇ ପଡିଥିବା ସେମାନେ ପ୍ରକାଶ କରିଛନ୍ତି। ସେମାନଙ୍କୁ ଏକ ଆମ୍ବୁଲାନ୍ସ୍ ସହାୟତାରେ ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରାଯାଇଥିଲା। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି।

ରିପୋର୍ଟ-ଜେ କେ ପଟ୍ଟନାୟକ

Leave A Reply

Your email address will not be published.