ବ୍ରହ୍ମପୁର,୦୧/୦୩(ପିପିଟି):ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ବର୍ଷ ହେଲା ପଡ଼ି ପଡ଼ି ଖତ ଖାଉଛି ଏକ ସରକାରୀ ଆମ୍ବୁଲାନ୍ସ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ଆସିଥିବା ଏହି ସରକାରୀ ଆମ୍ବୁଲାନ୍ସ ଯାହାର ନମ୍ବର ( OR07G9720 ) ଲୋକ ମାନଙ୍କ ସେବାରେ ଆସିଥିବା ବେଳେ ଏହି ମେଡିକାଲରେ ଦୀର୍ଘ ବର୍ଷ ହେଲା ପଡ଼ି ପଡ଼ି ଖତ ଖାଉଛି । କଥାରେ ଅଛି ସରକାର କା ମାଲ ଦରୀୟା ମେ ଡାଲ ଭଳି ଘଟଣା ଦେଖିବାକୁ ମିଳିଛି ଏହି ମେଡିକାଲରେ । ବଡ଼ ଦୁଃଖର ବିଷୟ ଅନେକ ଦୁର୍ଗମ ଅଞ୍ଚଳରେ ଲୋକ ମାନଙ୍କୁ ଆମ୍ବୁଲାନ୍ସ ସେବା ସଠିକ୍ ଭାବରେ ମିଳିପାରୁନଥିବା ବେଳେ ଏହି ମେଡ଼ିକାଲରେ ସରକାରୀ ଆମ୍ବୁଲାନ୍ସଟି ପଡ଼ି ପଡ଼ି ଖତ ଖାଉଛି । ସାଧାରଣ ଜନତା ମାନଙ୍କର ପ୍ରଶ୍ନ ଉଠୁଛି ଯେ ଏହି ଆମ୍ବୁଲାନ୍ସର କାମ କଣ ? କଣ ପାଇଁ ଏହି ଆମ୍ବୁଲାନ୍ସ ଟି ଏହିଠାରେ ପଡ଼ିରହିଛି ? ଯଦି ଏହି ଆମ୍ବୁଲାନ୍ସ କୌଣସି କାମରେ ଲାଗି ପାରୁନାହିଁ ତେବେ ଏହାକୁ କାହିଁକି ଏହିଠାରେ ରଖାଯାଇଛି ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି । ରାଜ୍ୟ ସରକାର ଜନସାଧାରଣ ମାନଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଗୁରୁତ୍ଵ ଦେଇ ମୁଖ୍ୟମନ୍ତ୍ରୀଙ୍କ ଫଣ୍ଡରୁ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ । ସେହିଭଳି ଏହି ମେଡ଼ିକାଲକୁ ମଧ୍ୟ ଏକ ସରକାରୀ ଆମ୍ବୁଲାନ୍ସ ଦେଇଥିଲେ ହେଲେ ବିଡ଼ମ୍ବନାର ବିଷୟ ଆସିଲା ଦିନ ଠାରୁ ଏବେ ପର୍ଯ୍ୟନ୍ତ ଏହା ସଠିକ୍ ଭାବରେ ଲୋକ ମାନଙ୍କ କାମରେ ଆସିପାରିଲା ନାହିଁ । ଆମ୍ବୁଲାନ୍ସଟି ମେଡ଼ିକାଲରେ ପଡ଼ି ପଡ଼ି ଖରା ବର୍ଷା ଖାଇ ଖାଇ ଖତ ଖାଉଛି । ଏହା ଜିଲ୍ଲା ଚିକିତ୍ସା ଅଧିକାରୀ ଜାଣିଛନ୍ତି କି ନାହିଁ ନାଁ ସବୁ ଜାଣି ଚୁପ୍ ରହିଛନ୍ତି ତାହା ଏବେ ବଡ଼ ପ୍ରଶ୍ନ । ବଡ ଦୁଃଖର ବିଷୟ ଆମ୍ବୁଲାନ୍ସ ଭଳି ଏକ ଗୁରୁତ୍ଵ ପୂର୍ଣ୍ଣ ଗାଡ଼ିର ଏଭଳି ଅବସ୍ଥା ଯେଉଁଠି ଏହି ଗାଡ଼ି ଦରକାର୍ ସେହିଠାରେ ଏହାକୁ ନିୟୋଜିତ ନ କରି ଏହାକୁ ଦିଗପହଣ୍ଡି ମେଡ଼ିକାଲରେ ରହି ପଡ଼ି ପଡ଼ି ଖତ ଖାଉଛି ଏହି ସରକାରୀ ଆମ୍ବୁଲାନ୍ସ । ଏହା ହେଉଛି ଆମ୍ ଗଞ୍ଜାମ ଜିଲ୍ଲାର ସ୍ବାସ୍ଥ୍ୟ ବ୍ୟବସ୍ଥା ।
(ରିପୋର୍ଟ- ଆରତ କୁମାର ହୋତା। )