କାବେରା ସାହିରେ ୨ବଖରା ଘର ପୋଡ଼ିଲା ।

0 251

ଭଞ୍ଜନଗର,୧୭/୧୨(ପିପିଟି); ଭଞ୍ଜନଗର ସ୍ଥିତ ଭେଜିପୁଟ କାବେରା ସାହିରେ ଅଗ୍ନିକାଣ୍ଡ ଘଟି୨ବଖରା ଘର ପୋଡ଼ି ସମସ୍ତ ଜିନିଷ ପତ୍ର ପାଉଁଶ ହୋଇଯାଇଛି। ଦିନ ୧୨ଟା ସମୟରେ ମାତିଆଣି ନାୟକ ବଡ଼ ରାଉଳ ମନ୍ଦିରକୁ ପୂଜା କରିବାକୁ ଯାଇଥିବା ବେଳେ ତାଙ୍କ ପୁତୁରା ଆଶିଷ ଯାଇ ଘରେ ନିଆଁ ଲାଗିଥିବା ଖବର ଦେଇଥିଲେ।ସଙ୍ଗେ ସଙ୍ଗେ ମାତିଆଣି ଘରକୁ ଆସି ଦେଖିଲା ବେଳକୁ ସମସ୍ତ ଲୁଗାପଟା, ବାସନ କୁସନ, ବାକ୍ସ,ସିଲେଇ ମେସିନ ଆଦି ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା। ପ୍ରାୟ ୫୦ହଜାର ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.