କବିସୂର୍ଯ୍ଯ ନଗର,୧୨/୦୬(ପିପିଟି); କବିସୂର୍ଯ୍ୟ ନଗର ବ୍ଳକର ବୁଢାମ୍ବ ପଞ୍ଚାୟତ ଅନ୍ତର୍ଗତ ଗୁଡିଆ ପଲ୍ଲୀ ଠାରେ ଥିବା ଏକ କାଜୁ ଫେକ୍ଟ୍ରିରେ କୋଭିଡ ଆଇନକୁ ଉଲ୍ଲଂଘନ କରି କାର୍ଯ୍ଯ ଚାଲିଛି। ଶ୍ରମିକ ମାନେ ବିନା ମାସ୍କ ରେ କାର୍ଯ୍ଯ କରୁଥିବା ଦେଖିବାକୁ ମିଳିଛି। ସାମାଜିକ ଦୂରତ୍ବ ମଧ୍ଯ ରହୁ ନାହିଁ। ଏହି ଘଟଣା ପ୍ରତି ସ୍ଥାନୀୟ ତହସିଲଦାର ଦୃଷ୍ଟି ଦେଇ କାର୍ଯ୍ଯାନୁଷ୍ଠାନ ପାଇଁ ଦାବି ହେଉଛି। ଉକ୍ତ କାଜୁ ଫେକ୍ଟ୍ରିରେ ଶିଶୁ ଶ୍ରମିକ କାର୍ଯ୍ଯରେ ନିୟୋଜିତ ହେଉଥିବା ନେଇ ଶୁଣିବାକୁ ମିଳୁଛି। ଜିଲ୍ଲା ଶ୍ରମ ଅଧିକାରୀ ତଦନ୍ତ କଲେ ସତ୍ଯାସତ୍ଯ ଜଣାପଡିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ସିସି ଟିଭି ଫୁଟେଜ ଦେଖିଲେ ସମସ୍ତ ଘଟଣା ଜଣାପଡିବ । କାଜୁ ଫେକ୍ଟ୍ରିରେ କୋଭିଡ ନିୟମ ଉଲ୍ଲଂଘନ ସମ୍ପର୍କିତ ଏକ ଭିଡିଓ ସୋସିଲ ମିଡ଼ିଆରେ ଭାଇରାଲ୍ ହେଉଛି।