ମାଲକାନଗିରି,ତା:୧୫/୦୮(ପିପିଟି); ଉଚ୍ଚରମାଲକାନଗିରି-କାଲିମେଳା ୩୨୬ ନମ୍ବର ଜାତୀୟ ରାଜ ପଥ ଅନ୍ତର୍ଗତ କାଙ୍ଗୁରୁକୋଣ୍ଡା ପୋଲ ଉପରେ ୩ ଫୁଟ ଉପରେ ବର୍ଷା ଜଳ ପ୍ରବାହିତ ହେବା ଫଳରେ ମୋଟୁ,କାଲିମେଳା, ମାଲକାନଗିରି ଅଞ୍ଚଳକୁ ଆଜି ସକାଳେ ଯୋଗାଯୋଗ ବିଛିନ୍ନ ହେୀଇ ପଡିଛି । କାଙ୍ଗୁରୁକୋଣ୍ଡା ନାଳର ଉଭୟ ପାର୍ଶ୍ବରେ ଯାନବାହାନ ଯାତାୟତ ସଂପୂର୍ଣ୍ଣ ଠପ୍ ହୋଇ ପଡିଥିଲା । ଘଣ୍ଟା ଘଣ୍ଟା ଧରି ଦୁଇ ଚକିଆ ଯାନ ଠାରୁ ଚାରି ଚକିଆ ଯାନ ଗୁଡିକ ଧାଡି ବାନ୍ଧି ରହିଥିବା ଦେଖିବାକୁ ମିଳିଥିଲା !ଆଜି ଅଗଷ୍ଟ ୧୫ ହେତୁ ସ୍ବାଧୀନତା ଦିବସ ପାଳନ ଲାଗି ଯେଉଁ ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନେ ସକାଳୁ ନିଜ ନିଜର ସ୍କୁଲ ଅଭିମୁଖେ ବ୍ଯସ୍ତ ଓ ବ୍ଯଗ୍ରରେ ଦୁଇ ଚକିଆ ଯାନରେ ବାହାରିଥିଲେ ବ୍ରିଜ ଉପରେ ୩ ଫୁଟରୁ ଅଧିକା ଜଳ ସ୍ରୋତ ପ୍ରବାହିତ ହେବାରୁ ସମସ୍ତେ ଅଟକି ରହିଥିଲେ !ବର୍ଷା ଦିନେ କାଙ୍ଗୁରୁକୋଣ୍ଡା ବ୍ରଜରେ ସଦା ସର୍ବଦା ଜଳ ସ୍ତର ବିପଦ ସଂକେତ ଦେଇ ପ୍ରବାହିତ ହେବାରୁ ଅନେକ ସମୟରେ ଯାତାୟତ
ବାଧା ପ୍ରାପ୍ତ ହୋଇଥାଏ । ଜାତୀୟ ରାଜ ପଥଟି ନିର୍ମାଣ ସମୟରେ କାଙ୍ଗୁରୁକୋଣ୍ଡା ବ୍ରିଜଟି ନିମ୍ନ ସ୍ତରରେ ଥିଲେ ମଧ୍ଯ ମାଲକାନଗିରି ରାସ୍ତା ଓ ଗୃହ ବିଭାଗ ଗୁରୁତ୍ବ ନଦେବାରୁ ପୁରୁଣା ବ୍ରିଜ୍ ଉପରେ ମେଟାଲ ପିଚୁ ଢାଳି ଅଣଦେଖା କରାଯାଇଥିଲା । ସେ ସମୟରେ ମାଲକାନଗିରି ରୁ ମୋଟୁ ଜାତୀୟ ରାଜ ପଥରେ ଅନେକ ତଳିଆ ବ୍ରିଜ୍ ନିର୍ମାଣ କରା ନଯାଇ ଫଲସ୍ ବିଲ କରାଯାଇ ଥିଲା ।ତତ୍କାଳିନ ସମୟରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିଲା ।ଯାହାକି ବର୍ତ୍ତମାନ ମାଲକାନଗିରି ଜିଲ୍ଲାବାସୀ ବର୍ଷା ଦିନେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ତେବେ ଉଚ୍ଚା ବ୍ରିଜ୍ ଏହି ରାସ୍ତାରେ କେବେ ନିର୍ମାଣ ହେବ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।
(ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Next Post