କଳିଙ୍ଗା ଘାଟିରେ ଦୁର୍ଘଟଣା; ଦୁଇ ଆହତ ।

0 258

ବାଲିଗୁଡା,୧୧/୦୯(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ବ୍ଲକର କଳିଙ୍ଗା ଘାଟିରେ ଏକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିବା ବେଳେ, ସେମାନଙ୍କୁ ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଏକ ମାଲ ବୋଝେଇ ପିକପ ଗାଡି ନଂ ଓଡି- ୦୩-ଏଫ୍- ୭୫୧୨ କଳିଙ୍ଗା ଘାଟିରୁ ଗଡୁଥିବା ବେଳେ ଏକ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଗାଡିର ଡ୍ରାଇଭର ସହ ଅନ୍ୟ ଜଣେ ଆହତ ହୋଇଥିଲେ। ଏନେଇ ଖବର ପାଇବା ପରେ ସ୍ଥାନୀୟ ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ପାଢୀ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ଆହତ ଦୁଇ ଜଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା ଅବ୍ୟାହତ ରହିଥିବା ଜଣାପଡିଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.