କଳିଙ୍ଗା ଘାଟିରେ ଟ୍ରକ ଦୁର୍ଘଟଣା, ଡ୍ରାଇଭର ଓ ହେଲ୍ପର ଗୁରୁତର ।

0 289

ଭଞ୍ଜନଗର,୧୮/୧୦(ପିପିଟି); ଗତକାଲି ରାତିରେ ସମ୍ବଲପୁର ଠାରୁ ଲୁହା ପାଇପ ବୋଝେଇ ଏକ ଟ୍ରକ ଆନ୍ଧ୍ର ପ୍ରଦେଶ ଯାଉଥିବା ବେଳେ କଳିଙ୍ଗା ଘାଟିର ଅନ୍ଧାରୀ କୋଟ ନିକଟରେ ଗାଡ଼ିଟି ବ୍ରେକଫେଲ ହୋଇ ଓଲଟି ପଡ଼ିଥିଲା।ଫଳରେ ଡ୍ରାଇଭର ଜେ. ରବି ଓ ହେଲ୍ପର ଏସ.କେ.ଖାସିମ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଭଞ୍ଜନଗର ପୋଲିସ ସେଠାରେ ପହଞ୍ଚି ଉଭୟଙ୍କୁ ୧୦୮ଯୋଗେ ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରିଥିଲା ଓ ପରେ ସେମାନଙ୍କୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ଡ୍ରାଇଭର ର ବାମଗୋଡ଼ ଆଣ୍ଠୁ ତଳକୁ ସମ୍ପୂର୍ଣ୍ଣ କଟି ଯାଇଥିବା ଜଣାପଡ଼ିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.