କଳା ବ୍ଯାଡଜ ପରିଧାନକରି କାର୍ଯ୍ୟରେ ଯୋଗଦେଲେ ଆର ବି ଏସ କେ ଆୟୁଷ ଡାକ୍ତର ।

0 193

କୋଦଳା,୦୬/୦୮(ପିପିଟି); କଳାବ୍ଯାଡଜ ପିନ୍ଧି ରୋଗୀଙ୍କ ନିସ୍ବାର୍ଥ ସେବା କରୁଛନ୍ତି କୋଦଳା ରେ କାର୍ଯରତ ଥିବା ଆୟୁଷ ଡାକ୍ତର । ଆୟୁଷ ଡାକ୍ତରଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ,କୋଭିଡ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଘୋଷିତ ସମସ୍ତ ସୁବିଧା ପ୍ରଦାନ,ଆର ବି ଏସ କେ ଆୟୁଷ ଡାକ୍ତରଙ୍କୁ ଆୟୁଷ ନିର୍ଦ୍ଦେଶାଳୟର ଅନ୍ତର୍ଭୂକ୍ତ କରାଇବା ,ଅଙ୍ଗନୱାଡି ଓ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କୁ ଏଲୋପାଥିକ ଔଷଧ ସହିତ ହୋମିଓପ୍ୟାଥିକ ଓ ଆୟୁର୍ବେଦିକ ଔଷଧ ପ୍ରଦାନ ,ଜିଲ୍ଲା ଏବଂ ରାଜ୍ୟ ସ୍ତରୀୟ ତାଲିମ ଓ ଚାକିରୀର ସ୍ଥାୟୀକରଣ ସହ ମାସିକ ପାରିଶ୍ରମିକ ୫୦୦୦୦ ଟଙ୍କାକୁ ବୃଦ୍ଧି ଆଦି ବିଭିନ୍ନ ଦାବି ନେଇ ଆର ବି ଏସ କେ ଆୟୁଷ ଡାକ୍ତର ମାନେ ରାଜ୍ୟ ଆୟୁଷ ଡାକ୍ତରଙ୍କ ନିଷ୍ପତି କ୍ରମେ ବୁଧବାର ଠାରୁ କଳା ବ୍ୟାଡଜ ପିନ୍ଧି କାର୍ଯ୍ୟରେ ଯୋଗ ଦେଇ ରୋଗୀସେବା କରୁଥିବା ଜଣାପଡ଼ିଛି ।ସରକାରଙ୍କ ଦାବୀ ପୂରଣ କିମ୍ବା ସଙ୍ଘର ନିର୍ଦ୍ଦେଶ ନ ମିଳିବା ପର୍ଯନ୍ତ ଏମିତି ଶାନ୍ତିପୁର୍ଣ ଆନ୍ଦୋଳନ ଚାଲିଥିବ ବୋଲି କାର୍ଯରତ ଆୟୁଷ ଡକ୍ଟର ପ୍ରକାଶ କରିଛନ୍ତି । ଏଠାରେ କାର୍ଯରତ ଆୟୁଷ ଡାକ୍ତର କ୍ଷୋଭର ସହ ପ୍ରକାଶ କରିଛନ୍ତି ଯେ ତୃଣମୂଳ ସ୍ତର ରେ କରୋନା ମୁକାବିଲା ପାଇଁ ନିଯୁକ୍ତ ଆୟୁଷ ଡାକ୍ତର ମାନେ ଚରମ ଅବହେଳାର ଶିକାର ହୋଇଛନ୍ତି। ବାରମ୍ବାର ବିଭାଗୀୟ ସଚିବ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କ ଦୃଷ୍ଟି ଆକର୍ଷଣ ପରେ ବି ଫଳ ଶୁନ।ଦିନରାତି କାମ କଲା ପରେ ବି ସେମାନଙ୍କୁ କୌଣସି ସୁବିଧା ସୁଯୋଗ କିମ୍ଵା କାମର ଶ୍ରେୟ ମିଳୁନାହିଁ। ପୋଲିସ,ସାମ୍ବାଦିକ, ଆଶାକର୍ମୀ,ଅଙ୍ଗନୱାଡି କର୍ମୀ ଓ ଶିକ୍ଷକ ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ମିଳିଛି ହେଲେ ରୋଗୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ସେମାନଙ୍କ ଚିକିତ୍ସା କରୁଥିବା ଆୟୁଷ ଡାକ୍ତର ମାନେ ଏଥିରୁ ବଞ୍ଚିତ ଅଛନ୍ତି । ଆୟୁଷ ଡାକ୍ତର ମାନେ ସରକାର ଙ୍କ ସବୁ ନିୟମ ମାନି କାମ କରିବା ସତ୍ତ୍ୱେ କିଛି ଆୟୁଷ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି।କରୋନା ମୁକାବିଲା ରେ ସବୁଠୁ ଅଧିକ କାମ କରୁଥିବା ଏହି ଡାକ୍ତର ମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଏକ ବୃହତ ଚିନ୍ତା ର ବିଷୟ। ନିଜ ପ୍ରତି ହୋଇଥିବା ଏ ସବୁ ଅବହେଳାର ପ୍ରତିବାଦ ସ୍ବରୂପ ଆରବିଏସକେ ଡାକ୍ତର ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ ସହ ଆଜିଠୁ କଳାବ୍ୟାଡଜ ପରିଧାନ ପୂର୍ବକ ନିଜ ଦାୟିତ୍ୱ ସମ୍ପାଦନ ପାଇଁ ନିଷ୍ପତ୍ତି ନିଆ ଯାଇଛି।

Leave A Reply

Your email address will not be published.