କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ଗଣ ବିକ୍ଷୋଭ।

0 384

ଦାରିଙ୍ଗବାଡି,୩୦/୦୩(ପିପିଟି);ତିନି କଳା କୃଷି ଆଇନର ପ୍ରତ୍ୟାହାର, ଚାଷୀଙ୍କ ସବୁ ଫସଲର ସହାୟକ ମୂଲ୍ୟ ପାଇଁ ଆଇନ ପ୍ରଣୟନ, ଅଦା, ହଳଦୀର ସରକାରୀ ସଂଗ୍ରହ ବ୍ୟବସ୍ଥା, ସମସ୍ତ ଭୂମିହୀନ ଓ ଗୃହହୀନ ଲୋକଙ୍କୁ ଜମି ଅଧିକାର ପ୍ରଦାନ, ଜଙ୍ଗଲ ଅଧିକାର ଆଇନ ଅନୁସାରେ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଆଦି ଦାବି ନେଇ ଆଜି ଅଖିଳ ଭାରତ କିଶାନ୍ ମଜଦୁର୍ ସଭା ପକ୍ଷରୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ତହସିଲ ସମ୍ମୁଖରେ ଏକ ବିକ୍ଷୋଭ ଆୟୋଜିତ ହୋଇଥିଲା । କିଶାନ୍ ମଜଦୁର୍ ସଭାର ବ୍ଳକ୍ ସଭାପତି ଶରତ ମୁଠାମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭରେ ଏଆଇକେକେଏମଏସ୍ ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଜିଲ୍ଲା ଆବାହକ କୁଶନାଥ ପ୍ରଧାନ, ପ୍ରଗତିଶୀଳ ବୁଦ୍ଧିଜୀବୀ ରାଜା ସୁରେଶ, ଯୁବନେତା ଲକ୍ଷ୍ମୀ ନୃସିଂହ, ଏଆଇକେକେଏମଏସ୍ ବ୍ଳକ୍ ସଭାପତି ଶରତ ମୁଠାମାଝୀ, ବ୍ଳକ୍ ସମ୍ପାଦକ ରବି ମାଝୀ, ପଧାନ ମଳିକ ପ୍ରମୁଖ ଯୋଗ ନିଜର ବକ୍ତବ୍ୟ ରଖିଥିଲେ । ପରେ ୧୪ ଦଫା ଦାବି ସମ୍ଵଳିତ ଏକ ସ୍ମାରକପତ୍ର ସ୍ଥାନୀୟ ତହସିଲଦାର ଓ ବିଡିଓଙ୍କୁ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.