କଳାହାଣ୍ଡି,(ପିପିଟି ନ୍ଯୁଜ୍)୧୪/୦୫,ସାରା ରାଜ୍ୟ ରେ କରୋନା ଭାଇସ୍ କାୟା ବିସ୍ତାର କରୁଥିବା ବେଳେ ବ୍ୟାପକ ଭାବେ ପ୍ରଭାବିତ ହୋଇଛନ୍ତି ଚିତ୍ରକର । କାମଧନ୍ଧା ବନ୍ଦ ହୋଇଥିବାରୁ ଜୀବନ ଜିବିକା ଠପ୍ ହୋଇଯାଇଛିି ।ଏ ହେଉଛି କଳାହାଣ୍ଡି ଜିଲ୍ଳା କଳାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ଛକ୍ ରେ ଚିତ୍ର ମାଧ୍ୟମରେ ସଚେତନ କରିଛନ୍ତି ନିଜ ହାତରୁ ପଇସା ଯୋଗାଡ କରି ଓ ଭିନ୍ନ ଭିନ୍ନ ଜାଗାରେ ମଧ୍ୟ ସଚେତନା କରିଛନ୍ତି । କଳାମୁଣ୍ଡା ବ୍ଲକ ଚିତ୍ର ଶୀଳ୍ପି ସଂଙ୍ଘ ପକ୍ଷରୁ ସହାୟତା ଦାବି କରାଯାଇଛି । କର୍ଲାମୁଣ୍ତା ତସହସିଲଦାର ଓ ବିଡିଓଙ୍କୁ ଭିଡିଓ ମାଧ୍ୟମରେ ଦାବିକରି ଥିଲେ ଚିତ୍ରଶିଳ୍ପୀ ସଙ୍ଘ । ।ଏହି ପରିପ୍ରେକ୍ଷୀରେ ଅଲ୍ ଓଡ଼ିଶା ପେଣ୍ଟିଙ୍ଗ କଳାକାର ଓ ବିଜ୍ଞାପନ ପ୍ରସାର ଶ୍ରମିକ ସଂଘ କର୍ଲାମୁଣ୍ଡା ବ୍ଲକ୍ ଶାଖା ସଭାପତି ଜୀବର୍ଦ୍ଧନ ସାହୁ ସମ୍ପାଦକ ସୁରେଶ ସାହୁଙ୍କ ନେତୃତ୍ୱ ରେ ଚିତ୍ରଶିଳ୍ପୀ ମାନେ ଚିତ୍ରଶିଳ୍ପି ଗଣନା କରାଯିବା ସହ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବିପତ୍ର ପ୍ରଦାନ କରିଥିଲେ । ଏହା ପରେ ସଂଘ ପକ୍ଷରୁ ବିଭିନ୍ନ ସ୍ଥାନରେ କାନ୍ଥ ଚିତ୍ର ଜରୀଆରେ କରୋନା ସମ୍ପର୍କିତ ସଚେତନତା ବାର୍ତ୍ତା ଲେଖିଥିଲେ । ଯୋରାଡବରା ଛକର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଦିଲିପ କୁମାର ବାଗ ,ସନ୍ତୋଷ ମାଝୀ, ଯଶୋବନ୍ତ ସାହୁ, ମନୋଜ ସୁନା, ଲିପୁନ୍ କୁମାର, ସୁସାନ୍ତ ପୁଟେଲ ଓ ବିପୁନ୍ କୁମାର ଏବଂ ସେମାନେ କହିଛନ୍ତି ଯେ ଆମ ମାନଙ୍କୁ ସରକାରଙ୍କ ଆର୍ଥିକ ସହାୟତା ମିଳିଲେ ଆମେ ଖୁସି ହେବୁ।
ରିପୋର୍ଟ – ଭିଷ୍ମ ସାହୁ ।