ସାନଖେମୁଣ୍ଡି,୧୧/୦୧(ପିପିଟି):କୃଷିଧ୍ବଂସ କାରୀ କଳା କୃଷି ଆଇନ ବିରୋଧରେ ଦିଲ୍ଲୀଚାଲ ଐତିହାସିକ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ କୃଷିଜାତ ସାମଗ୍ରୀ ବିପଣନ ଓ କାରବାର ଆଇନ ୨୦୨୦ ରଦ୍ଦ କରିବା ଚୁକ୍ତିବଦ୍ଧ ଚାଷ ଓ ଠିକା ଚାଷ ଆଇନ ପ୍ରତ୍ୟାହାର ଅତ୍ୟାବଶକ ସାମଗ୍ରୀ ସଂଶୋଧନ ଆଇନ ପ୍ରତ୍ୟାହାର ସ୍ୱାମୀନାଥନ ଜାତୀୟ କୃଷକ କମିଶନ ସୁପାରିଶ ଲାଗୁ କରିବା ଓଡିଶାରେ ଧାନ କୁଇଣ୍ଟାଲ ପିଛା ୩୦୦୦ଟଙ୍କା ପ୍ରଦାନ ଆଦି ପ୍ରମୁଖ ଦାବୀ ନେଇ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଡ଼ାକରା ରେ ଅଖିଳ ଭାରତ କୃଷକ ସଭା ସାନଖେମୁଣ୍ଡି ଅଞ୍ଚଳ କମିଟି ପକ୍ଷରୁ ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ପାଟପୁର ଗାନ୍ଧିଛକ ଠାରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ସହ ଶତାଧିକ କର୍ମୀ ଶପଥପାଠ କରିବା ସହ ଶୋଭାଯାତ୍ରାରେ ବ୍ଲକ କାର୍ଯ୍ୟାଳୟ ଠାରେ କୈଳାଶ ପାତ୍ରଙ୍କ ସଭାପତିତ୍ବରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ଏଆଇକେଏସ ଜିଲ୍ଲା ସମ୍ପାଦକ ରାଜୀବ ଲୋଚନ ପଣ୍ଡା ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ଅଖିଳଭାରତ ଯୁବସଂଘ ରାଜ୍ୟ ସମ୍ପାଦକ ପ୍ରଦୀପ ସେଠି, ଶ୍ରମିକ ନେତା ଅଳକନାଥ, ମିଶ୍ର କୃଷକ ନେତା ଅନନ୍ତ ମହାଙ୍କୁଡ, ସୁଶାନ୍ତ ସ୍ୱାଇଁ, ଭଗବାନ ରାଉତ, ଅଶୋକ କୁମାର ଜେନା, ବୃନ୍ଦାବନ ବିଶୋଇ, ଏ କୃଷ୍ଣମୂର୍ତ୍ତି ପାତ୍ର, ପାଣ ସେଠି, ଏ ନରେନ୍ଦ୍ର ରେଡ଼ି, ରବି ବିଶୋଇ ପ୍ରମୁଖ କେନ୍ଦ୍ର ମୋଦି ସରକାରର ପ୍ରଣୀତ ୩ଟି କଳା କୃଷି ଆଇନର ତୀବ୍ର ପ୍ରତିବାଦ ସହ ତୁରନ୍ତ ବାତିଲ ଦାବୀ କରିଥିଲେ । ସାନଖେମୁଣ୍ଡି ଅଂଚଳରେ ଚାଷୀଙ୍କ ଧାନ ସରକାରୀ ମଣ୍ଡି ରେ ବିକ୍ରି ନହେବାର ପ୍ରତିବାଦ ସହ ତୁରନ୍ତ ମଣ୍ଡି ସମସ୍ୟା ସମାଧାନ କରିବାକୁ ଦାବୀ କରିଥିଲେ । କର୍ପୋରେଟ ପୁଞ୍ଜିପତି ଅମ୍ବାନୀ ଅଦାନୀ ପ୍ରୀତି ରେ କୃଷି ବ୍ୟବସ୍ଥା ଧ୍ବଂସର ପ୍ରତିବାଦ ସହ ଚାଷୀ ସମସ୍ୟା ସମାଧାନ ଓକଳା କୃଷି ଆଇନ ପ୍ରତ୍ୟାହାର ନେଇ ବ୍ଲକ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟ ରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।