ପୋଲସରା,୨୩/୦୩(ପିପିଟି);ଭଞ୍ଜନଗର ଟାଉନ ହଲରେ ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠି ସହାଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାର୍ଷିକ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀରେ କଳମ୍ବ ଗାଁ କଲ୍ୟାଣ ସମିତିକୁ ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ଦ୍ଵାରା ସୁସ୍ଥ ଗାଁ ପୁରସ୍କାର ସହ ୧୦ ହଜାର ଟଙ୍କା ର ଚେକ ପ୍ରଦାନ କରିଛନ୍ତି । ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭାଞ୍ଜକ ଉପ ଜିଲ୍ଲାପାଳଙ୍କ ସମେତ ଅନ୍ଯ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଗୌରବ ପାଇଁ କଳମ୍ବ ଗ୍ରାମ ପଂଚାୟତର ସମସ୍ତ ଆଶା କର୍ମୀ ଓ ଅଙ୍ଗନୱାଡି କର୍ମୀ ଗାଁ କଲ୍ୟାଣ ସମିତିର ସମସ୍ତ ସଭ୍ୟ ଓ ଗ୍ରାମ ବାସୀଙ୍କୁ ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)