କର୍ମା ମୁଦୁଲିଙ୍କୁ ମୁଖ୍ଯମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୦ ହଜାର ଆର୍ଥିକ ସହାୟତା ।

0 152

ମାଲକାନଗିରି ,୩୧/୦୫(ପିପିଟି):
ଗତ ବର୍ଷ ବାଣିଜ୍ଯ +୨ ରେ ମାଲକାନଗିରି ଜିଲ୍ଲାରେ ଟପ୍ପର ହୋଇଥିବା ମେଧାବୀ ବଣ୍ଡା ଛାତ୍ରୀ କର୍ମା ମୁଦୁଲି ଗ୍ରୀଷ୍ମ ଅବକାଶରେ ନିଜ ଗ୍ରାମ ପଡେଇଗୁଡାକୁ ଆସିଥିବା ବେଳେ ନିଜର ପଢା ଖର୍ଚ୍ଚ ଭରଣା ଲାଗି ୪୨ ଡିଗ୍ରୀ ତାପମାତ୍ରାରେ ମୁଣ୍ଡରେ ପଥର ଝୁଡି ବୋହି ମୂଲ ଲାଗୁଥିବା ଖବର ସମସ୍ତ ଗଣ ମାଧ୍ଯମର ଶିରୋନାମା ପାଲଟିଥିଲା I
Iଫଳରେ କରମା ମୁଦୁଲି ମୂଲ ନଲାଗି ନିଜ ଘରକୁ ଯିବା ସହ ସମସ୍ତ ପଢା ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବା ପ୍ରତିଶ୍ରୁତି ପରେ ଆଜି ନିଜ ଗ୍ରାମକୁ ଫେରିଛି । ଆଜି ମାଲକାନଗିରି ଜିଲ୍ଲାପାଳ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ମୁଖ୍ଯମନ୍ତ୍ରୀ ରିଲିଫ ପାଣ୍ଠିରୁ ବହନ କରିଥିବା ଜଣା ପଡିଛି ।ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ବଣ୍ଡା ମେଧାବୀ ଛାତ୍ରୀ କରମା ମୁଦୁଲି ଦିନ ମଜୁରିଆ ଭାବେ କାମ କରୁ ଥିବା ଖବର ପ୍ରସାରଣ ପରେ ତାଙ୍କ ନିକଟରେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଫୁଲ୍ଲ କୁମାର ଭୁଜବଳ ତଥା ଖଇରପୁଟ ବ୍ଲକ ସମ୍ପ୍ରସାରଣ ଅଧିକାରୀ କର୍ମା ରହୁଥିବା ଠିକା କ୍ୟାମ୍ପରେ ପହଞ୍ଚିଥିଲେ । କର୍ମା ମୁଦୁଲି +୨ ବାଣିଜ୍ୟରେ ଜିଲ୍ଲା ଟପ୍ପର ହେଲା ପରେ ବର୍ତ୍ତମାନ ପର୍ଯ୍ଯନ୍ତ ସରକାରୀ ସହାୟତା ପାଇଛନ୍ତି, ମୁଦୁଲିପଡ଼ା ପଡେଇଗୁଡା ଗାଁରେ ରହୁ ଥିବା ତାଙ୍କ ପିତାମାତା ବାର୍ଦ୍ଧକ୍ଯ ଭତ୍ତା ପାଉଛନ୍ତି ନା ନାହିଁ ଏବଂ କେଉଁ ପରିସ୍ଥିତିରେ କର୍ମା ଦିନ ମଜୁରିଆ ହୋଇ ମାଲକାନଗିରି ସଦର ମହକୁମାରେ ମୂଲ ଲାଗୁଛନ୍ତି, ତାହା ପୁଙ୍ଖାନୁପୁଙ୍ଖ ଭାବେ ପଚାରି ବୁଝିଥିଲେ । ତେବେ କର୍ମା ମୁଦୁଲି ଭୁବନେଶ୍ବର ହଷ୍ଟେଲରେ ରହି +୩ ବିଣିଜ୍ଯରେ ଅଧ୍ଯୟନ କରୁଥିବା ବେଳେ ଅତିକମରେ ମାସିକ ୩ ହଜାର ଟଙ୍କା ଆବଶ୍ୟକ ପଡୁଛି । ତେଣୁ ସେ ଖରା ଛୁଟିରେ ଘରକୁ ଆସି ମୂଲ ଲାଗି ଟଙ୍କା ରୋଜଗାର କରୁଥିବା ପ୍ରଶାସନିକ ଅଧିକାରୀଙ୍କୁ କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ କର୍ମା ମୁଦୁଲିଙ୍କୁ ୩୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ବିଶାଳ ସିଂ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଡାକି ତାଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ କର୍ମାଙ୍କୁ ଖୁବ ଶୀଘ୍ର ଲ୍ୟାପଟପ୍ ଯୋଗାଇ ଦିଆଯିବ ବୋଲି ମାଲକାନଗିରି ଜିଲ୍ଲା ମଂଗଳ ଅଧିକାରୀ ଶ୍ରୀ ଭୁଜବଳ ପ୍ରକାଶ କରିଛନ୍ତି । ବଣ୍ଡା ଝିଅ କର୍ମା ମୁଦୁଲି ପୂର୍ବରୁ ପାଠ ପଢି ଶିକ୍ଷୟିତ୍ରୀ ହେବାକୁ ଆଶା ପୋଷଣ କରିଥିଲା ବେଳେ ବର୍ତ୍ତମାନ ସେ ସିଭିଲ ସର୍ଭି ଲାଗି ଉଦ୍ଯମ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି ।ତେବେ ଆଗକୁ ତାଙ୍କୁ କିଏ ଆର୍ଥିକ ସହାୟତା କରିବ କି ନାହିଁ ନିର୍ଭର ପ୍ରତିଶ୍ରୁତି ନଥିଲା ବେଳେ କର୍ମାଙ୍କ ଘରର ଆର୍ଥକ ପରିସ୍ଥିତ ଉଦବେଗଜନକ । କେବଳ ମାସକୁ ୫୦୦ଟଙ୍କା ବାର୍ଦ୍ଧକ୍ଯ ଭତ୍ତା ମାଳୁଥିବା ବେଳେ କର୍ମାଙ୍କ ଭାଇ ଭଉଣୀ ମିଶି ଚାରି ଜଣ । ତେବେ କର୍ମା ଗ୍ରୀଷ୍ମ ଅବକାଶରେ ଗାଁକୁ ଆସି ନିଜ ପଢା ଖର୍ଚ୍ଚ ସହ ଘରକୁ କିଛି ଆର୍ଥିକ ସହାୟତା ପ୍ରଦାନ ଲାଗି ମୁଣ୍ଡ ଝାଳ ତୁଣ୍ଡରେ ମାରି ପ୍ରଖର ଗ୍ରୀଷ୍ମ ତାପରେ ଦିନ ମଜୁରିଆ ଭାବେ ଅଣ୍ଟା ଭିଡି ସଂଘର୍ଷ କରୁଛି ।ପୁଣି ଗଣ ମାଧ୍ଯଂରେ ଏହି ଘଚଣାଟି ଓଡିଶାରେ ଚହଳ ପକାଇଲା ପରେ ଅନେକ ପ୍ରତିଶ୍ରୁତିର ପାହାଡ ଠିଆ ହୋଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.