କର୍କଟ ରୋଗରେ ମହିଳା କିରାଣିଙ୍କ ଅକାଳ ବିୟୋଗ ।

0 621

ମାଲକାନଗିରି,୦୭/୦୬(ପିପିଟି): ଗତ କାଲି ମାଲକାନଗିରି ଜିଲ୍ଲାପାଳଙ୍କୁ କାର୍ଯ୍ଯାଳୟରେ ଜନୈକା ମହିଳା କିରାଣିଙ୍କର ମସ୍ତିଷ୍କ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ବିୟୋଗ ଘଟିଥିଲା ।ମାରୋଡନା ଝାନସିରାଣି,(ସାଧାରଣ ଓ ବିବିଧ ଉପ ବିଭାଗ କାର୍ଯ୍ଯାଳୟ)ରେ କନିଷ୍ଠ କିରାଣୀ ଭାବେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ କାର୍ଯ୍ଯ ରତ ଥିଲେ । ଗତ କାଲି ମୁମୁର୍ଷୁ ଅବସ୍ଥାରେ ମାଲକାନଗିରି ସଦର ମହକୁମାସ୍ଥିତ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା ବେଳେ ଦିନ ୧୧ ଟା ୪୦ ମିନଟରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ସେ ଦୀର୍ଘ ୧୨ ବର୍ଷ ହେଲା ମସ୍ତିଷ୍କ କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କ ମସ୍ତଷ୍କର ଟ୍ଯୁମର ଅପରେସନ ମଧ୍ଯ କରାଯାଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହୋଇ ଆସୁ ଥିଲେ । ଗତ ୬ ମାସ ହେଲା ତାଙ୍କ ସ୍ବାସ୍ଥ୍ଯବସ୍ଥା ଅତ୍ଯନ୍ତ ଖରାପ ଥିଲା । ତାଙ୍କ ମୃତ୍ୟୁ ଖବର ଶୁଣି ଆଜି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟର ସମସ୍ତ କର୍ମଚାରୀମାନେ ଏକତ୍ର ହୋଇ ସ୍ବର୍ଗତ ଆତ୍ମାର ସଦଗତି କାମନା ପାଇଁ ୨ ମାନିଟ ନିରବ ପ୍ରାର୍ଥନା କରିଥିଲେ । ଏହି ଶୋକ ସଭାରେ ଜିଲ୍ଲାପାଳ ବିଶାଲ ସିଂ,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ସ୍ବର୍ଗତ ଝାନସି ରାଣିଙ୍କ ତୈଳଚିତ୍ର ଉପରେ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ । ବରିଷ୍ଠ କିରାଣି କିଶୋର ସାହୁ ସ୍ବର୍ଗତ ଝାନସିରାଣିଙ୍କ ସ୍ମୃତି ଚାରଣ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.