କରୋନା ସଚେତନତା କାର୍ଯ୍ୟକ୍ରମ।

0 388

ବୋଲଗଡ,୦୪/୧୦(ପିପିଟି); ବୋଲଗଡ଼ ବ୍ଲକ ଅଞ୍ଚଳରେ ବିଜେଡି ତରଫରୁ କରୋନା ସମ୍ବନ୍ଧୀୟ ଜନସଚେତନତା ଶୁଭାରମ୍ଭ ହୋଇଛି। ବୋଲଗଡ଼ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଯୋଗଦେଇ ପିଚୁକୁଳି, ବଡକୁମ୍ଭାରି, ବୋଲଗଡ଼ ଠାରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି। ବିଜୁ ଜନତା ଦଳ ର କର୍ମୀ ଓ ନେତାମାନେ ସେଛ୍ୱାକୃତ ଭାବେ କୋଭିଡ୍ ସଚେତନତା କୁ ବ୍ୟାପକ କରି କରୋନା ଯୁଦ୍ଧରେ ସମସ୍ତେ ଜଣେ ଜଣେ ଯୋଦ୍ଧା ସାଜି କରୋନାକୁ ପରାସ୍ତ କରିବା ପାଇଁ ସଚେତନତା କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ ଏହାସହ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାଇରଖିବା, କରୋନା ହାରିବ ଆମେ ଜିତୀବା କହି ସମସ୍ତଙ୍କ ମନୋବଳ ବଢାଇଥିଲେ। ଏପରିକି ସମସ୍ତ କୋଭିଡ ନିୟମ ମାନି ଚଳିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ତତ୍ ସହିତ ବୋଲଗଡ଼ ପଞ୍ଚାୟତ, କୁମ୍ଭାରୀ କଲ୍ୟାଣ ମଣ୍ଡପ ଓ ପିଚୁକୁଳି ଉଚ୍ଚ ବିଦ୍ୟାଳୟ ଠାରେ ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କୁ ପୋଷାକ ବଣ୍ଟନ ଉପସ୍ଥିତ ଲୋକମାନଙ୍କୁ ବିଧାୟକ ଶ୍ରୀ ସାହୁ ମାସ୍କ ବଣ୍ଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷ ଗୋପାଳ ଚରଣ ବେହେରା, ଜିଲାପରିଷଦ ସଭ୍ୟ ଅଶ୍ୱିନୀ କୁମାର ପଟ୍ଟନାୟକ ସମିତି ସଭ୍ଯ ବିରକିଶୋର ଦାସ ପ୍ରମୁଖଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ବିଜେଡିର ସ୍ଥାନୀୟ କର୍ମୀ ମାନେ ଯୋଗ ଦେଇଥିଲେ। (ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ ।)

Leave A Reply

Your email address will not be published.