ପୋଲୋସରା,୧୨/୦୫(ପିପିଟି); ପୋଲୋସରା ଏନ.ଏ.ସି କରୋନା ସଂକ୍ରମଣକୁ ରୋକିବା ପାଇଁ ୧୫ନଂ ୱାର୍ଡ ଓ ବ୍ଲକ କାର୍ଯ୍ୟଳୟ ସମ୍ମୁଖ ସ୍ଥିତ ଚିଦାନନ୍ଦ ନଗର ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ସହ ୧୪୪ ଧାରା ଲାଗୁ କରାଯାଇଛି । ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରୁ ସୂଚନା ପ୍ରକରେ ଉକ୍ତ ଯାତାୟତ ନିଷିଦ୍ଧାଞ୍ଚଳ ମଧ୍ୟରେ ଗୋଟିଏ ପରିବାର ର ସସ୍ତ୍ରୀକ କରୋନା ସଂକ୍ରମିତ ହୋଥିବା ଜଣା ପଡିବାପରେ ପ୍ରଶାସନ ତରଫରୁ ଏଭଳି କଡ଼ା ପଦକ୍ଷେପ ନିଆଯାଇଛି । ଏହି କଟକଣା ୧୦ଦିନ ପର୍ଯ୍ୟନ୍ତ ଲାଗୁରହିବ ବୋଲି ପ୍ରସାଶନ ତରଫରୁ କୁହାଯାଇଛି । କଟକଣା ଯୋଗୁଁ ଉକ୍ତ ଅଞ୍ଚଳବାସୀ ଅସନ୍ତୋଷ ହୋଇଥିବାବେଳେ, ନିଜ ଅମୂଲ୍ୟ ଜୀବନ ସମ୍ପଦ କୁ ସୁରକ୍ଷା ପାଇଁ ସହଯୋଗ ନିମନ୍ତେ ପ୍ରଶାସନ ତରଫରୁ ଜନସାଧରଙ୍କୁ କୁହାଯାଇଛି।
( ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା)