କରୋନା ରେ ଚାଲିଗଲେ କରୁଣାକର ।

0 317

ଵ୍ରହ୍ମପୁର,୨୦/୦୪(ପିପିଟି); ଶେରଗଡ ଅଞ୍ଚଳର ଜଣାଶୁଣା ସାମ୍ୱାଦିକ କରୁଣାକର ସାହୁ କରୋନାରେ ପୀଡିତ ହୋଇ ଆରପାରିକୁ ଚାଲିଯାଇଛନ୍ତି । ଏଇ ଖବର ଶେରଗଡ ଅଞ୍ଚଳରେ ଏକ ଦୁଃଖର ବାତା ବରଣ ଦେଖିବାକୁ ମିଳିଛି।  କରୁଣାକର ସାହୁ ଶେରଗଡ ଅଞ୍ଚଳର ଅନୁପମଭାରତ ଖବରକାଗଜର ପ୍ରତିନିଧି ଓ ବରିଷ୍ଠ ସାମ୍ବାଦିକ ଥିଲେ । ତାଙ୍କ ଦେହ ଗତ ତିନି ଦିନ ଧରି ଥିଲା । ଅସୁସ୍ଥ ଅନୁଭବ କରିବାରୁ  ତାଙ୍କୁ  ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ  ସେ କରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା । ତାଙ୍କୁ ହିଞ୍ଜଳିକାଟୁ ଡାକ୍ତର ଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥଲା । ଆଜି ପୂର୍ବାହ୍ନରେ ତାକଂର ବିୟୋଗ ଘଟିଛି । ଡାକ୍ତର ହୃଷୀକେଶ ମହାନ୍ତି ଅନୁପମ ଭାରତ ଛାଡି,ହିନ୍ଦୁ ସ୍ଥାନ ସମାଚାର ଗଂଜାମ ଜିଲ୍ଲା ପ୍ରତିନିଧି ରୂପେ କାର୍ଯ୍ୟ କରିବା ପରେ, କରୁଣାକରଙ୍କୁ ଅନୁପମ ଭାରତ ପ୍ରତିନିଧି ରୂପେ  ପ୍ରାୟ ୨୫ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି    କାର୍ଯ୍ୟ କରି ଆସୁଥିଲେ । କରୁଣାଙ୍କ ବିୟୋଗରେ ଓୟୂଡବଲ୍ଯୁଜେ ଗଂଜାମ ଜିଲ୍ଲାର ସଭାପତି ଡାକ୍ତର ହୃଷୀକେଶ ମହାନ୍ତି ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରି ଶୋକସତପ୍ତ ପରିବାର ବର୍ଗଙ୍କୁ  ସମବେଦନା ଜ୍ଞାପନ  କରିଛନ୍ତି । ସରକାରଙ୍କ ପକ୍ଷରୁ ତାଙ୍କର ଉତ୍ତରାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ଦାବି ହୋଇଛି ।

Leave A Reply

Your email address will not be published.