କବିସୂର୍ଯ୍ଯ ନଗର,୦୩/୦୭(ପିପିଟି); କବିସୂର୍ଯ୍ୟନଗର ରେ ଏକ ଅଭାବନୀୟ ତଥା ଦୁଃଖଦ ଘଟଣା ଘଟିଯାଇଛି । ଗଲା ଦୁଇ ଦିନ ହେବ ନାରାୟଣପୁର ଶାସନର ସିମାଞ୍ଚଳ ଶତପଥୀ(୨୭) ନାମକ ଜଣେ ଶିକ୍ଷକ ଅସୁସ୍ଥତା ହୋଇ ଭୂବନେଶ୍ଵରର ଏକ ମେଡିକାଲରେ ଚିକିତ୍ସାଧିନ ଥିଲେ । ତେବେ ପୁଅକୁ କୋରୋନା ହୋଇଥିବା ନେଇ ସହରରେ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କରି ଆଜି ମୃତ୍ୟୁ ଘଟିଥିବା ଖବର ମିଳିଛି । ପୁଅର ମୃତ୍ୟୁ ଖବର ପାଇ ବାପା ଓ ମା ମଧ୍ୟ ଆତ୍ମହତ୍ୟା କରିଛନ୍ତି । ମୃତକ ବାପା ରାଜ କିଶୋର ଶତପଥି ସାପୁଆ ବସା ନିକଟରେ ଥିବା ଏକ ଗଛରେ ଆତ୍ମହତ୍ୟା କରିଥିବା ବେଳେ ଓ ମା ସୁଲୋଚନା ଶତପଥି ନିଜ ଘରେ ରଶି ଲଗାଇଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏମିତି କି କୋରୋନା ଭୟରେ କେହି ବି ମୃତ ଦେହ ପାଖକୁ ଆସୁନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରେ କବିସୂର୍ଯ୍ଯ ନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ରିପୋର୍ଟ – ଉମା ଚରଣ ପଟ୍ଟନାୟକ /ସପ୍ନେଶ୍ବର ପାଣିଗ୍ରାହୀ ।