ଦିଗପହଣ୍ଡି, ତା- ୧୩/୧୦(ପିପିଟି); ସମ୍ପ୍ରତି ମହାମାରୀ କରୋନା ସାରା ଭାରତ ବର୍ଷରେ ତାର କାୟା ମେଲାଇ ଚାଲିଛି । କରୋନା ଅନେକ ଲୋକ ମାନଙ୍କ ଜୀବନ ମଧ୍ୟ ନେଇସାରିଲାଣି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ପଶୁପକ୍ଷୀ ମାନଙ୍କ ଜୀବନ ମଧ୍ୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳୁଛି । ଗାଇ ,ଛେଳି ଓ ମେଣ୍ଢା ମାନଙ୍କୁ ବିଭିନ୍ନ ରୋଗ ଏବେ ଦେଖାଦେଲାଣି । ଏବେ ଛେଳି ମେଣ୍ଢା ମଡ଼କ (PPR) ରୋଗ ମାଡ଼ିଆସିଲାଣି । ଏହି ରୋଗରେ ଛେଳି,ମେଣ୍ଢା ମୃତ୍ଯୁ ମୁଖକୁ ଚାଲିଯାଉଥିବା ଶୁଣାଯାଉଛି । ଛେଳି,ମେଣ୍ଢା ମାନଙ୍କୁ ଏହି ରୋଗ ହୋଇଥାଏ । ବର୍ତ୍ତମାନ ଏହି ରୋଗକୁ ନିୟନ୍ତ୍ରଣ କରିବାପାଇଁ ପିପିଆର୍ ଟୀକା ପ୍ରଦାନ ଜୋରସୋର ରେ ଭିସ୍ମଗିରିରେ ଚାଲୁଅଛି । କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଭିସ୍ମଗିରି ପ୍ରାଣୀ ଚିକିତ୍ସକ ଡ଼.ସିଦ୍ଧାର୍ଥ ଶଙ୍କର ପାଣିଗ୍ରାହୀ କରୋନା ଯୋଦ୍ଧା ହୋଇ ନିରୀହ ପଶୁପକ୍ଷୀ ମାନଙ୍କୁ ଠିକ ସମୟରେ ଟୀକା ପ୍ରଦାନ ଏବଂ ଉଚିତ ଚିକିତ୍ସା କରି ପଶୁପକ୍ଷୀ ମାନଙ୍କ ଜୀବନ ରକ୍ଷା କରିଛନ୍ତି । ଦିନ ହେଉ କିମ୍ବା ରାତି ଯେତେବେଳେ ଯେଉଁ ସମୟରେ ଡାକିଲେବି ଉପସ୍ଥିତ ରୁହନ୍ତି ଡ଼.ପାଣିଗ୍ରାହୀ । ନା ଅଛି କାହାର ସାହାଯ୍ୟ ନା ଅଛି କୌଣସି ସମସ୍ୟା ୱାନ ମେନ ଆର୍ମି ଭଳି ୫ ଗୋଟି ପଞ୍ଚାୟତକୁ ଜଣେ ଡାକ୍ତର ବୁଝନ୍ତି । ଏଭଳି ଡାକ୍ତରଙ୍କୁ ଆମେ ସଲାମ କରୁଛୁ । ପ୍ରତ୍ୟେକ ଡାକ୍ତରଙ୍କ ପାଇଁ ସେ ଏବେ ଆଦର୍ଶ ପାଲଟିଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )