କରୋନା ଯୋଦ୍ଧା ଡାକ୍ତର, ନର୍ସ, ପୋଲିସ ଅଧିକାରୀ, ସାମ୍ବାଦିକ, ଅଙ୍ଗନୱାର୍ଡ କର୍ମୀ, ଆଶା ଦିଦିଙ୍କୁ ସମ୍ବର୍ଦ୍ଧନା ।

0 235

ପଦ୍ମପୁର , ତା ୨୬/୦୬(ପିପିଟି);                                   କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା ଦେବାକୁ ଭାରତ ବର୍ଷର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକୁ ଗ୍ରହଣ କରି ପଦ୍ମପୁରର ପୂର୍ବତନ ବିଧାୟକ  ପ୍ରଦୀପ ପୁରୋହିତ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଗତ କାଲି ମେଲଛାମୁଣ୍ଡା ହସପିଟାଲ ପରିସରରେ ଏଭଳି ଏକ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମରେ ସାମିଲ ହୋଇ ଡାକ୍ତର, ହସପିଟାଲ ଷ୍ଟାଫ୍, ପୋଲିସ ଅଧିକାରୀ, ଅଙ୍ଗନୱାର୍ଡ କର୍ମୀ, ଆଶା ଦିଦି,ସରପଞ୍ଚ, ସାମ୍ବାଦିକ,ଚାଷୀ ମାନଙ୍କୁ ପାଦ ଧୋଇ ସମ୍ବର୍ଦ୍ଧିତ କରିବା ସହ ପୂର୍ବତନ ବିଧାୟକ ସମସ୍ତଙ୍କୁ  ମାନପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ । ସମ୍ବର୍ଦ୍ଧିତ ହୋଇ ଥିବାର ବ୍ଯକ୍ତିମାନଙ୍କ ମଧ୍ୟରେ ସରକାରୀ ହସପିଟାଲ ଡା. ଆଦିତ୍ଯ ଭୋଇ,ଡା. ଦେବାଶିଷ ରଥ,ମେଲଛାମୁଣ୍ଡା ପୋଲିସ ଅଧିକାରୀ ସ୍ବରାଣୀ ଗୋଛାୟତ,ପ୍ରମୋଦ କୁମାର ସାହୁ,ସରପଞ୍ଚ ସୁନିତା ବରିହା,ବରିଷ୍ଠ ସାମ୍ବାଦିକ ସର୍ବଶ୍ରୀ ମନୋଜ ଭୋଇ,ଶିବ ଶଙ୍କର ବିଶ୍ବାଳ,ସଂଜୀବ ମେହେର, ବୟୋଜୈଷ୍ଠ କୃଷକ ଅମର ପ୍ରଧାନ,ଜୟଦେବ ଭୋଇଙ୍କ ସମେତ ୩ଟି ଗ୍ରା:ପ:ର ସମସ୍ତ ଅଙ୍ଗନୱାର୍ଡ କର୍ମୀ, ଆଶା ଦିଦି,ଏଏନଏମ ସମସ୍ତେ ସାମିଲ ହୋଇଥିଲେ  । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପୂର୍ବରୁ ଚୀନ୍ ସୀମାନ୍ତରେ ଦେଶର ସୀମାକୁ ସୁରକ୍ଷିତ ରଖି ସହିଦ୍ ହୋଇଥିବା ସୈନ୍ଯ ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଦିଆଯିବା ସହ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା  । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ  ସୁନୀଲ ଭୋଇ,ଭକ୍ତ ବନ୍ଧୁ ସେଠ,ରବି ହୋତା,ନିମାଇଁ ଚରଣ ପଣ୍ଡା, ଦୁଃଖିଶ୍ଯାମ ବାରିକ,ଇଂ କୁନାଲ ପାଣିଗ୍ରାହୀ ପରିଚାଳନା କରିଥିଲେ  ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.