କରୋନା ଯୋଦ୍ଧାଙ୍କୁ ମାସ୍କ,ସାନିଟାଇଜେର ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କଲା ହେଲ୍ପ ଇଣ୍ଡିଆ ।

0 269

ଭଞ୍ଜନଗର,୨୧/୦୫(ପିପିଟି); କରୋନା ମହାମାରୀ ସମୟରେ ଜନ ସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ।ରାଜ୍ୟରେ କରୋନା ମୁକାବିଲା ସକାଶେ ଜୁନ ୧ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ପ୍ରଚଣ୍ଡ ଖରାରେ ମଧ୍ୟ ପୋଲିସ କର୍ମଚାରିମାନେ ନିଜ ଜୀବନକୁ ବାଜି ଲଗାଇ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ଜନସାଧାରଣଙ୍କୁ ସଚେତନ କରିବା ସହ ଅମାନିଆ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପୋଲିସ କର୍ମଚାରୀ ମାନଙ୍କ ସେବା ବେଶ ପ୍ରଶଂସନୀୟ। ଏହାକୁ ସମ୍ନାନ ଜଣାଇ ଆଜି ସ୍ବେଛାସେବୀ ଅନୁଷ୍ଠାନ ହେଲ୍ପ ଇଣ୍ଡିଆ ମୁଖ୍ୟ ପ୍ରଶାନ୍ତ କୁମାର ମହାନ୍ତିଙ୍କ ନିଷ୍ପତି କ୍ରମେ ଗଞ୍ଜାମ ହେଲ୍ପ ଇଣ୍ଡିଆ ପକ୍ଷରୁ ଭଞ୍ଜନଗର ଓ ବେଲଗୁଣ୍ଠାରେ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ପୋଲିସ କର୍ମଚାରୀ ମାନଙ୍କୁ ହେଲ୍ପ ଇଣ୍ଡିଆ ପକ୍ଷରୁ ସେମାନଙ୍କ ସୁରକ୍ଷା ନିମନ୍ତେ କରୋନାର ପ୍ରମୁଖ ଅସ୍ତ୍ର ମାସ୍କ ଓ ସାନିଟାଇଜର ସହ କିଛି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଉଭୟ ଥାନା ଅଞ୍ଚଳରେ ୨୫ ଜଣ ପୋଲିସ କର୍ମଚାରୀଙ୍କୁ ଏହି କରୋନା କିଟ ପ୍ରଦାନ କରାଯାଇଥିଲା। ଏଥିରେ ଗଞ୍ଜାମ ହେଲ୍ପ ଇଣ୍ଡିଆର ସଭାପତି ଅଭୟ ପ୍ରଧାନଙ୍କ ସମେତ ବଳରାମ ସାହୁ, ଦିପୁ ଡାକୁଆ, ଅଜୟ ନାୟକ, ସରୋଜ ବିଷୋୟୀ, ମଣ୍ଟୁ ନାୟକ,ନିଲୁ ବିଷୋୟୀ,ଆଦିତ୍ୟ ପ୍ରଧାନ, ନାରାୟଣ ନାୟକ, ମନୋଜ ଗୌଡ଼, ଆଶିଷ ଗୌଡ଼ ଏବଂ ମୁଜାଗଡ଼ ସରପଞ୍ଚ ଶିବ ଶଙ୍କର ପ୍ରଧାନ ଯୋଗ ଦେଇ ସହଯୋଗ କରିଥିଲେ। ପୋଲିସ କର୍ମଚାରୀ ମାନେ ମଧ୍ୟ ହେଲ୍ପ ଇଣ୍ଡିଆର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ।

( ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.