ରାଇରଙ୍ଗପୁର,୨୪/୦୯(ପିପିଟି); ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ କରୋନା ଯୋଦ୍ଧାଙ୍କ ଆକ୍ରମଣ ମାମଲାରେ ଜଣେ କୋର୍ଟ ଚାଲାଣ । ରାଇରଙ୍ଗପୁର–ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କରୋନା ଯୋଦ୍ଧାମାନେ କୋଭିଡ ସଂକ୍ରାନ୍ତୀୟ ନେଇ ଗତ ୨୧-୦୯-୨୦୨୦ ତାରିଖ ଦିନ ଵିଜାତଳା ବ୍ଲକର ବଣକାଟି ପଞ୍ଚାୟତର ଗଳମୁଣ୍ଡା ଗ୍ରାମକୁ ଯାଇଥିଲେ । ଘର ମାଲିକ ପରମେଶ୍ବର ବେହେରା କିଛି ନ ବୁଝି କରୋନା ମିଛ ସତ ରିପୋର୍ଟ ନେଇ ଗାଳିଗୁଲଜ,ପଥର ମାଡ଼ କରିଥିଲେ ।ଗାଡ଼ିର କାଚ ଭାଙ୍ଗି ଯାଇଥିଲା । ସେମାନେ ଫେରି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଏହାକୁ ନେଇ ଏକ ମାମଲା ରୁଜୁ ହୋଇଥିଲା । ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଗୁରୁବାର ଦିନ ପରମେଶ୍ବର ବେହେରାଙ୍କୁ କୋଭିଡ ନିୟମ ଉଲଘଂନ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛି । (ରିପୋର୍ଟ – ଅକ୍ଷୟ କୁମାର ବିଶ୍ବାଳ ।)