କରୋନା ଯୁଦ୍ଧ ମୁକାବିଲା ସକାଶେ ସହାୟତା ରାଶି ପ୍ରଦାନ ।

0 54

ପଦ୍ମପୁର,(ପିପିଟି)୧୨/୦୫, କରୋନା ମହାମାରୀ ରୂପରେ ସମଗ୍ର ପୃଥିବୀରେ ଉଭା ହୋଇ ବହୁ ଜୀବନ ନେଇ ଚାଲିଛି । ସମସ୍ତ ଦେଶକୁ ଥରହର କରିଦେଲାଣି । ଆମ ଭାରତ ବର୍ଷ ରେ ହଠାତ ଲକ୍ ଡାଉନ ଘୋଷଣା ହେବା ଫଳରେ ନିଃସହାୟ ଖଟିଖିଆ ଦିନମଜୁରିଆ ବର୍ତମାନ ପରିସ୍ଥିତି ରେ ବହୁ ଅସୁବିଧାରେ ଚଳୁଛନ୍ତି । ଏଭଳି ସ୍ଥିତିରେ ଓଡିଶାରାଜ୍ୟର ସୁପରିଚିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆଜି ବୋଡାସମ୍ବର ମିଳିତ ଶିକ୍ଷକ ସଂଘ ଏହି କ୍ରମରେ ପଦ୍ମପୁର ଉପଜିଲ୍ଲାପାଳ  ତନ୍ମୟ କୁମାର ଦରୱାନ ଙ୍କ ଉପସ୍ଥିତିରେ ବ୍ଲକ ଶିକ୍ଷାଧିକାରୀ ତ୍ରିବିକ୍ରମ ପାଣିଗ୍ରାହୀ ତଥା ଅନ୍ୟାନ୍ୟ କର୍ମକର୍ତ୍ତା ୬ଲକ୍ଷ ୬୬ହଜାର ୮୫୦ ଟଙ୍କାର ଚେକ୍ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ମାଧ୍ୟମ ରେ ପ୍ରଦାନ କରିଛନ୍ତି । ଶ୍ରୀ ବରିହା ଚେକ୍ ଗ୍ରହଣ ସମୟରେ ବି.ଡି.ଓ ବିପିନ ବିହାରୀ ମିଶ୍ର ,ମିଳିତ ଶିକ୍ଷକ ସଂଘ ରାଜ ବୋଡାସମ୍ବର ବ୍ଲକ ସଭାପତି  ସଦାନନ୍ଦ ପୁରୋହିତ,କାର୍ଯ୍ଯକାରୀ କମିଟିର ସଦସ୍ୟ ସର୍ବଶ୍ରୀ ବିବେକାନନ୍ଦ ମହାପାତ୍ର ,ଜିତେନ୍ଦ୍ର କୁମାର ଦାଶ,ମନୋଜ କୁମାର ପଣ୍ଡା,ଭରତ ଚନ୍ଦ୍ର ସାହୁ ତଥା ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।ଶିକ୍ଷକ ସଂଘର ଏଭଳି ପ୍ରୟାସ କୁ ଉପଜିଲ୍ଲାପାଳ ଓ ପଦ୍ମପୁର ବିଧାୟକ ପ୍ରଶଂସା କରିବା ସହିତ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ସାଧୁବାଦ ଜଣାଇଛନ୍ତି ବୋଲି ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପଦ୍ମପୁର  ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଠାରୁ ପ୍ରକାଶ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.