କୋଦଳା,୨୪/୦୯(ପିପିଟି); ଗୁରୁବାର କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲିଙ୍କ ନେତୃତ୍ଵରେ କୋଭିଡ୍ ସପ୍ତାହ ଅବସରରେ ମହାମାରୀ କିଲର କରୋନାକୁ କୋଦଳା ଅଞ୍ଚଳରୁ ସମ୍ପୂର୍ଣ ମୂଳପୋଛ କରିବା ପାଇଁ ନିଷ୍ପତି ନେଇଥିଲେ । ଏନ୍ଏସି କର୍ମକର୍ତ୍ତା ସମେତ କୋଭିଡ୍ ମନିଟର , ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାଁ ସମେତ ବହୁ ସମାଜସେବୀ ଶପଥ ପାଠ କରିବା ସହିତ ସାମାଜିକ ଦୂରତ୍ୱ ସହିତ କୋଭିଡ କଟକଣାକୁ ପାଥେୟ କରି ବିଭିନ୍ନ ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡ ଧରି ଏନଏସି କାର୍ୟାଳୟ ଠାରୁ ବାହାରି ନଗର ପରିକ୍ରମା କରି କରୋନା ହାରିବ କୋଦଳା ବଞ୍ଚିବ , ମାସ୍କ ପିନ୍ଧନ୍ତୁ , ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ , ସର୍ବ ସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ , ସାବୂନ ରେ ଭଲଭାବେ ହାତ ଧୁଅନ୍ତୁ ଏପରି ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରିଥିଲେ ।ଏହି କାର୍ଯକ୍ରମ ରେ ଅନ୍ୟମାନଙ୍କ ମଧ୍ୟ ରେ କନିଷ୍ଠ ଯନ୍ତ୍ରୀ ଯତୀନ୍ଦ୍ର ମୋହନ ବେହେରା ,ଉଦୟ ନାଥ ସାହୁ , ଗୋଷ୍ଠି ସଂଯୋଜିକା ପାତ୍ର , ଦ୍ଵାରୀକା ନାଥ ପାଢ଼ୀ , ହରିଶଚନ୍ଦ୍ର ରାଉଳ , ସ୍ୱପ୍ନ କୁମାର ସାହୁ , ସନ୍ତୋଷ କୁମାର ପଣ୍ଡା ସମେତ କୋଭିଡ ମନିଟର ମନୋଜ କୁମାର ବିଶୋଇ , ବିଜୁ ଡାକୁଆ , ରାଧାରାଣୀ ଜେନା ,ସବିତା ବେହେରା , ସୁଷୁମା ବେହେରା , ସଂଯୁକ୍ତା ଗୌଡ଼ , ଭାରତୀ ଗୌଡ଼ , ମିନତି ନାହାକ , ସ୍ୱପ୍ନା ନାୟକ , ବନିତା ଦାଶ ଓ ବହୁ ଏସ ହେଚ ଜି ମାଁ ଉପସ୍ଥିତ ରହିଥିଲେ ।