କରୋନା ମହାମାରୀ ସମୟରେ ଲୋକଙ୍କୁ କାମ ନାହିଁ, ମଣିଷ ବଦଳରେ ମେସିନ୍ କାର୍ଯ୍ୟ କରୁଛି ।

0 2,055

ଆସ୍କା,୨୮/୦୫(ପିପିଟି); କରୋନା ମହାମାରୀ ସମୟରେ ଲୋକଙ୍କୁ କାର୍ଯ୍ୟ ଯୋଗାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଏହାର ବ୍ଯତିକ୍ରମ ଦଖାଦେଇଛି । ମନରେଗା ଯୋଜନା ଲକ୍ଷ୍ୟ ଧାର୍ଯ୍ୟ କିଭଳି ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ମୌଖିକ କୌଶଳ ବତାଇଥିବା ନେଇ ରାସ୍ତା ଘାଟ ଚର୍ଚ୍ଚା ଜୋର ଧରିଛି । ଗଞ୍ଜାମ ଜିଲ୍ଲାରେ ମଣିଷ ବଦଳରେ ମେସିନ୍ କାର୍ଯ୍ୟ କରୁଥିବା ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ । ଗଞ୍ଜାମ ଜିଲ୍ଲାର ଆସ୍କା ବ୍ଲକ୍ ଅନ୍ତର୍ଗତ ନିମିନା ପଞ୍ଚାୟତରେ ମଣିଷ ବଦଳରେ ମେସିନ୍ କାର୍ଯ୍ୟ କରୁଥିବା ନେଇ କିଛି ଭିଡିଓ ଓ ଫୋଟ ଆମର ହସ୍ତଗତ ହୋଇଛି । ନିମିନା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ସାଲୁଆପଲ୍ଲୀ ରାସ୍ତା, ଗୋସାଇଁ ଘାଇ ଠାରୁ ବାବାଜୀ ଘାଇ ନାଳ ଏବଂ ଖଣ୍ଡରାବାଲି ଗ୍ରମର ସୁନାଇଁ ଘାଇ(ପୋଖରୀ) କାର୍ଯ୍ୟରେ ମଣିଷ ବଦଳରେ ମେସିନ୍ କାର୍ଯ୍ୟ କରୁଥିବା ନେଇ ସୂଚନା ମିଳିଛି । ଏହି କାର୍ଯ୍ୟ ସଂପର୍କରେ ଜାଣିବା ପାଇଁ ସହକାରୀ ଯନ୍ତ୍ରୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲୁ କିନ୍ତୁ ହୋଇ ପାରି ନାହିଁ । ଏହି ଦୁର୍ନୀତିର ତଦନ୍ତ ଜିଲ୍ଲା ପ୍ରଶାସନ କରିବ କି ? ନା ଘଟଣାକୁ ପେଚ୍ ପକାଇବା ପାଇଁ ଉଦ୍ୟମ କରିବ ତାହା ସମୟ ହିଁ କହିବ । ନିମିନା ପଞ୍ଚାୟତରେ ପ୍ରୟ ସବୁ କାର୍ଯ୍ୟ ମେସିନ୍ ଦ୍ବାରା ହୋଇଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି । ଏହି ଘଟଣା ପ୍ରତି ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.