କରୋନା ପୀଡ଼ିତାଙ୍କ ପ୍ରସବ କରାଇ ମାନବିକତାର ପରିଚୟ ଦେଲେ ଡାକ୍ତର।

0 242

ରାୟଗଡା,୨୬/୦୫(ପିପିଟି);ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ କରୋନା ପୀଡ଼ିତାଙ୍କ ପ୍ରସବ କରାଇ ମାନବିକତାର ପରିଚୟ ଦେଇଛନ୍ତି ଡାକ୍ତର ଅନିଲ କୁମାର ବେହେରା। କରୋନା ପୀଡ଼ିତା ମଞ୍ଜୁଳା ପଣ୍ଡାଙ୍କ ବାପା ବିଶ୍ୱନାଥ ପଣ୍ଡା, ଆସନ୍ନ ପ୍ରସବା ଝିଅକୁ ଗୁଡାରୀ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ,ମାତ୍ର କରୋନା ଆକ୍ରାନ୍ତ ହେତୁ ରାୟଗଡା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଉଥିବା ବେଳେ ରାମନାଗୁଡ଼ା ନିକଟରେ ପ୍ରସବ ବେଦନା ଅଧିକ ହେବାରୁ ଏଠାକାର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏଠାକାର ଗୋଷ୍ଟି ଚିକିତ୍ସାଧିକାରୀ ଅନିଲ କୁମାର ବେହେରା ତୁରନ୍ତ ପଦକ୍ଷେପ ନେଇ ପ୍ରସବ କରାଇଥିଲେ। ନବଜାତ ଝିଅ ସୁସ୍ଥ ଏବଂ କରୋନା ପିଡିତା ନୁହେଁ ବୋଲି ଡାକ୍ତର ପ୍ରକାଶ କରିଛନ୍ତି। ମଞ୍ଜୁଳାଙ୍କ ପିଉସୀ ମୁକ୍ତା ଓ ଡ୍ରାଇଭର ନିରଞ୍ଜନ ଶବର ପିପିଇ କିଟ ପିନ୍ଧି ନେବା ଆଣିବା କରିଥିଲେ।ଷ୍ଟାଫନର୍ସ ସରସ୍ବତୀଦେବୀ ଓ ଏଏନ୍ଏମ୍ ଉଷାରାଣୀ ବରାଳଙ୍କ ସହଯୋଗରେ ହୋଇଥିଲା। ମଞ୍ଜୁଳାଙ୍କୁ ଗୁଣୁପୁର କୋଭିଡକେନ୍ଦ୍ରକୁ ନିଆଯିବ ବୋଲି ମେଡିକାଲ ବିପିଏମ କମଲାକର ରାଓ ପ୍ରକାଶ କରିଛନ୍ତି।

(ରିପୋର୍ଟ- ନବୀନ ନାୟକ ବେହେରା। )

Leave A Reply

Your email address will not be published.