କରୋନା ଠାରୁ ଅଧିକ ବିପଦ କୋଦଳା ଜନସ୍ଵାସ୍ଥ୍ଯ ବିଭାଗ, ଲୋକେ ପାଉଛନ୍ତି ଗୋଳିଆନଦୀ ପାଣି ।

0 454

କୋଦଳା,୦୭/୦୮(ପିପିଟି); ସରକାର ପ୍ରତ୍ୟକ ଘରକୁ ବିଶୁଦ୍ଧ ପାଣି ଯୋଗାଇବାକୁ ଘୋଷଣା କରିଥିବା ବେଳେ ବର୍ତ୍ତମାନ ଏହା ଘୋଷଣାରେ ହିଁ ସୀମିତ ହୋଇ ରହିଛି । ଲୋକେ ବିଶୁଦ୍ଧ ପାଣି ବଦଳ ରେ ପାଉଛନ୍ତି ପୁତିଗନ୍ଧମୟ ଅପରିଷ୍କାର ନଦିପାଣୀ । ଏନ୍ଏସି ରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ ପ୍ରତି ଗରିବ ପରିବାର କୁ ପାଇପ କନେକ୍ସନ ଦିଆଯାଇଛି କିନ୍ତୁ ତାହା କେତେଦୂର ଫଳପ୍ରଦ ହୋଇଛି ତାହା ଦେଖିବା ପାଇଁ କୌଣଷି ଅଧିକାରୀଙ୍କ ଦେଖାନାହି। ଏଠାରେ ଏମିତି ଜନସ୍ଵାସ୍ଥ୍ଯ ବିଭାଗର ବହୁ ଘଟଣା ଦେଖିବାକୁ ମିଳୁଛି । କେତେବେଳେ ନଳକୂପ ଗୁଡିକ ଦୀର୍ଘଦିନ ପର୍ଯନ୍ତ ମରାମତି ହୋଉନଥିବା ବେଳେ ,କେତେବେଳେ ବହୁଦିନ ପର୍ଯନ୍ତ ବହୁ ଅଞ୍ଚଳ କୁ ପାଣି ଯୋଗାଣ ବନ୍ଦ ହୋଇଯାଉଛି । ପୁଣି କେଉଁଠି ୨୪ଘଣ୍ଟିଆ ପାଣି ଯୋଗାଣ ହେଉଛି ।ବାରମ୍ବାର ଲୋକେ ଅଭିଯୋଗ କରିବାକୁ ଗଲେ କାର୍ଯ୍ୟାଳୟରେ ଥିବା କର୍ମଚାରି ନିରୁପାୟ ଭାବେ ପାଣି ପାଇଁ ଚାବି ଖୋଲୁଥିବା ଲୋକଙ୍କ ପାଖକୁ ପଠାଇ ଦିଅନ୍ତି ଉକ୍ତ ଲୋକଙ୍କୁ ଖୋଜିବାକୁ ଗଲାପରେ ସେହିବ୍ୟକ୍ତି ମଦ ଦୋକାନରୁ ଆବିଷ୍କୃତ ହେଉଥିବା କିଛି ସମାଜସେବୀ କହିଛନ୍ତି । ଜିଲ୍ଲା ପ୍ରଶାସନର କୋଭିଡ କଟକଣା ମଧ୍ୟ ରେ କୌଣଷି ପୋଖରୀ ଉପରେ ଲୋକେ ନିର୍ଭର ନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଷ୍ଟାଣ୍ଡପୋଷ୍ଟ ରୁ ଯୋଗାଣ ହେଉଥିବା ଏମିତି ଅପରିସ୍କାର ପାଣି କେମିତି ବ୍ୟବହାର କରାଯିବ ତାକୁ ନେଇ ଚିନ୍ତାରେ ଜନସାଧାରଣ । ଦୀର୍ଘଦିନ ଧରି ବିଶୁଦ୍ଧ ପାଣି ବଦଳ ରେ ସିଧା ନଦୀପାଣି ଯୋଗାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ବି ମୁରବୀ ବିହୀନ ଜନସ୍ଵାସ୍ଥ୍ଯ ବିଭାଗ ଶୁଣିବାର ନା ନେଉନି । ଏକ ମାସଧରି ଦୁଇ ରୁ ଅଧିକା ସାହିକୁ ଜଳଯୋଗାଣ ସମ୍ପୂର୍ଣ ବନ୍ଦ ହୋଇଯାଥୀବା ବେଳେ ସେହି ସାହି ବାସିନ୍ଦା ଅନ୍ୟ ସାହିକୁ ଯାଇ ପାଣି ଟୋପାଏ ପାଇଁ ଲମ୍ବାଲାଇନ ରେ ଛିଡାହୋଉ ଦିର୍ଘସମୟ ପରେ ପାଣିମୁନ୍ଦିଏ ଧରି ଘରକୁ ଫେରୁଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ଆବଶ୍ୟକ ନ ଥିଲେ ବି ଗୋଟିଏ ଦୁଇଟି ସାହିକୁ ୨୪ ଘଣ୍ଟିଆ ପାଣି ଯୋଗାଣ ହେଉଥିବା ଯାଣିବାକୂ ମିଳିଛି । ଲୋକଙ୍କ ଅଭିଯୋଗ ଶୁଣିବାକୁ ବି କେହିନାହାନ୍ତି ? ଏ ବିଷୟରେ ଅନେକ ଥର କୋଦଳା ଏନ୍ଏସି ଜନସ୍ଵାସ୍ଥ୍ଯ ବିଭାଗ ଦାଇତ୍ଵ ରେ ଥିବା କନିଷ୍ଠଯନ୍ତ୍ରୀ ସନ୍ତୋଷ କୁମାର ପଣ୍ଡାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିବା ବେଳେ ବହୁ ସମୟ ଫୋନ ରିଙ୍ଗ ହୋଇଥିଲେ ସେ ରିସିଭ କରୁନାହାନ୍ତି । ଲୋକଙ୍କ ଅଭିଯୋଗ ଅନୁଯାଇ କନିଷ୍ଠ ଯନ୍ତ୍ରୀ କେବେ ଏଠାରେ ରହୁନାହାନ୍ତି କି ଫୋନ ମଧ୍ୟ ରିସିଭ କରୁନାହାନ୍ତି । ପରେ ପରେ କୋଦଳା ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ସେ ମଧ୍ୟ ସଙ୍ଗେ ସଙ୍ଗେ କନିଷ୍ଠ ଯନ୍ତ୍ରୀଙ୍କୁ ଏହାର ଶୀଘ୍ର ସମାଧାନ କରିବାକୁ କହିଥିଲେ । ତଥାପି ଫଳ ଶୂନ । ସପ୍ତାହ ପୂର୍ବେ ଏସଡିପିଓ ରମେଶ ଚନ୍ଦ୍ର ପଣ୍ଡାଙ୍କ ସହିତ ଏ ବିଷୟ ରେ ପଚାରିବା ପରେ ଅତିଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଥିଲେ କିନ୍ତୁ ଆଜି ପର୍ଯନ୍ତ ଏହାର ସମାଧାନ ହୋଇପାରିଲା ନାହିଁ । ଶୁକ୍ରବାର କାଦଭଳି ଅପରିସ୍କାର ପାଣି ଯୋଗାଣ ହେଉଥିବା ବେଳେ କିଛି ବ୍ୟକ୍ତି ଗଣ ମାଧ୍ୟମ ର ଦୃଷ୍ଟି ଆକର୍ଷଣ କରିଥିଲେ । ସେଠାରେ ଥିବା ବିଭାଗୀୟ କର୍ମଚାରୀଙ୍କୁ ଯୋଗାଯୋଗ ପରେ ସେ କହିଥିଲେ ଯେ ଗୋଳିଆ ପାଣି ଆସୁଛି ବୋଲି ଲୋକଙ୍କ ଅଭିଯୋଗ ପରେ ବ୍ଲିଚିଙ୍ଗ ଓ ଆଲାମ ପକାଇ ବିଶୋଧନ କରି ଛଡ଼ାଯାଇଥିଲା କିନ୍ତୁ ଆମ୍ବିଳି ବୋଲି କହିବାରୁ ଆଜି ବିଶୋଧନ କରାଯାଇନାହିଁ । ଜନସାଧାରଣଙ୍କ ଅନୁରୋଧ ବର୍ତ୍ତମାନ କରୋନା ଠୁ ଭୟଙ୍କର ଲାଗୁଛି ଯୋଗାଣ ହେଉଥିବା ପାନୀୟ ଜଳ ଉପରେ ଏଣୁ ତୁରନ୍ତ ବିଭାଗିୟ ଅଧିକାରୀ ଏଠାରେ ଉପସ୍ଥିତ ରହି ଏହି ବିପର୍ଯ୍ୟସ୍ତ ଜଳଯୋଗାଣ ବ୍ୟବସ୍ଥାକୁ ସୁଦୃଢ କରି ଲୋକଙ୍କ ଶୋଷ ମେଣ୍ଟାନ୍ତୁ ନଚେତ ଜନସ୍ଵାସ୍ଥ୍ଯ ବିଭାଗ କୁ ଘେରାଉ କରାଯିବ ବୋଲି ସଚେତନ ନାଗରିକ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.