କରୋନା କୁ ଖାତିର ନାହିଁ, ବିବାହ ପାଇଁ ଘୋଡ଼ା ଉପରେ ବସି ପଟୁଆର କରି ଆସିଲେ ବର ।

0 418

ହିଞ୍ଜିଳିକାଟୁ,୨୨/୦୫(ପିପିଟି); କରୋନା କୁ ନେଇ ସରକାରଙ୍କ ତରଫରୁ ପ୍ରଚାର ପ୍ରସାର କରାଯାଉଥିଲେ ମଧ୍ୟ ଭୋଜି ଆୟୋଜିତ ହେଉଛି ଏବଂ ବାହାଘରରେ ବରପକ୍ଷଙ୍କ ପଟୁଆର ବି ଚାଲିଛି । ସଂକ୍ରମଣ ବ୍ୟାପୁଥିବା ବେଳେ ଅଞ୍ଚଳରେ ଭୋଜିଭାତର ଅସର ମଧ୍ୟ ହେଉଛି । ଆୟୋଜକମାନେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଦ୍ବାରା ଦଣ୍ଡ ଗଣିବା ଦେଖାଯାଉଛି । ଏପରିକି ସତରେ କରୋନାକୁ ପରାସ୍ତ କରି ବିଜୟ ହାସଲରେ ଘୋଡ଼ା ଉପରେ ବସି ବୀରଙ୍କ ପରି ଗାଁରେ ବାହାଘର ହୋଇଥିବା ଜଣାପଡିଛି । ଏପରି ଏକ ବିବାହ ଶୋଭାଯାତ୍ରା କରି ବରକୁ ଘୋଡ଼ାରେ ବୁଲିବା ସହ ବହୁସଂଖ୍ୟାରେ ଭୋଜିଖିଆ ଦେଖିବା ଘଟଣା ଦେଖାଦେଇଛି ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଗୋଦାରାପଲ୍ଲୀ ଗ୍ରାମରେ। ଗତକାଲି ରାତିରେ ବିବାହ ଉତ୍ସବରେ ବରପକ୍ଷ ବାହାଘରରେ ବ୍ୟବହାର ହୋଇଛି ଘୋଡ଼ା । ବଡ ଧରଣର ପଟୁଆରେ ଦୁଇଭାଇ ବରବେଶକୁ ସଜବାଜରେ ଶୋଭାଯାତ୍ରାରେ ଭୋଜିଭାତର ସମ୍ପୂର୍ଣ୍ଣ ହୋଇଥିବା ସ୍ଥାନୀୟ ଜନସାଧାରଣ କହିଛନ୍ତି । କୌଣସି ସୁତ୍ରରୁ ହିଞ୍ଜିଳି ଏନଫୋର୍ସମେଣ୍ଟ ଦଳ ଖବର ପାଇବା ପରେ ଆଜି ଭୋର ପ୍ରାୟ ୪.୩୦ ସମୟରେ ଅଚାନକ ଚଢ଼ାଉ କରିବା ଖବର ହିଞ୍ଜିଳି ବିଡ଼ିଓ ସୁବ୍ରତ କୁମାର ଜେନା ପ୍ରକାଶ କରିଛନ୍ତି । କୋଭିଡ୍ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ତହସିଲଦାର ପ୍ରଭାତ କୁମାର ପରିଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗକୁ ଭିତି କରି ହିଞ୍ଜିଳି ଥାନା କେସ ନମ୍ବର୍୨୫୪/୨୧ ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଦୁଇ ଭାଇ କେ. ବସନ୍ତ, କେ. ସୁଶାନ୍ତ ଓ ବାପା କେ. ରାମମୂର୍ତ୍ତିକୁ ଥାନାକୁ ଆଣି ପଚରା ଉଚରା କରିବା ସହ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଅଭିମନ୍ୟୁ ଦାଶ ସୂଚନା ଦେଇଛନ୍ତି ।
(ରିପୋର୍ଟ- ସାନ୍ତନୁ କୁମାର ବେହେରା)

Leave A Reply

Your email address will not be published.