ଶେରଗଡ଼,୧୦/୦୫(ପିପିଟି); କରୋନାର ଦ୍ୱିତୀୟ ଲହର ସୁନାମି ଭଳି ମାଡ଼ି ଚାଲିଥିବା ବେଳେ ଏହାକୁ ଚେକ ଦେବା ପାଇଁ ସରକାର ୧୪ ଦିନିଆ ଲକ ଡ଼ାଉନ କରିଛନ୍ତି। କିନ୍ତୁ ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ କୃଷ୍ଣଛାଇ ଗ୍ରାମ ପଞ୍ଚାୟତର କୃଷ୍ଣଛାଇ ଗାଁ ରୁ ଆସିଛି ଅଭାବନିୟ ଦୃଶ୍ଯ । କୋରୋନା କଟକଣା ଏଠି ଫୁ କରି ମନ୍ଦିର ପ୍ରତିଷ୍ଠା ନିମନ୍ତେ କଳଶ ଯାତ୍ରା କରାଯାଇଥିବାର ଭିଡିଓ ଏବେ ଭାଇରାଲ ହୋଇଛି। ଲକ୍ଷ୍ମୀ ନୃସିଂହ ମନ୍ଦିର ପ୍ରତିଷ୍ଠା ପାଇଁ କଳଶ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଶହ ଶହ ମହିଳା ପୁରୁଷ ବିନା ମାସ୍କ ରେ ଓ ବିନା ସାମାଜିକ ଦୂରତ୍ବାରେ କଳସ ଯାତ୍ରାରେ ସାମିଲ ଥିବା ଦେଖିବାକୁ ମିଳିଛି। ଏଠି ପ୍ରଶାସନର ବାରମ୍ବାର ସଚେତନତା ସ୍ୱତ୍ତେ କରୋନା ନିୟମାବଳୀର ଧଯ୍ୟା ଉଡେଇଛନ୍ତି।ଖବର ପାଇ ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଶେରଗଡ଼ ତହସିଲଦାର ଡ଼ ଦୟସିନ୍ଧୁ ପରିଡ଼ା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ବୁନାଥ ନନ୍ଦୀ,ଥାନା ଅଧିକାରୀ ମମତା ସାମନ୍ତରାୟ, ସୁପରଭାଇଜର ମନୋଜ ନାହାକ ପହଞ୍ଚି ଉକ୍ତ ମନ୍ଦିରକୁ ସିଲ କରିଥିଲେ।ଡାକ ବାଜି ଯନ୍ତ୍ର ମାଧ୍ୟମରେ ତହସିଲଦାର ଗ୍ରାମର କୌଣସି ବ୍ୟକ୍ତି ବିନା ମାସ୍କରେ ନ ବାହାରିବା ସହ ଗ୍ରାମ ରେ ୧୪୪ ଧାରା ଜାରି କରିଛନ୍ତି ।
(ରିପୋର୍ଟ – ଭିକୁ ନାୟକ।