ଉଲୁଣ୍ଡା,୧୦/୦୬(ପିପିଟି); ଜଣେ ସ୍ତ୍ରୀ ପାଇଁ ସ୍ବାମୀ ହେଉଛନ୍ତି ସଙ୍ଖା, ସିନ୍ଦୁର ଓ ସ୍ବାଭିମାନ ।ସ୍ବାମୀ ଇହକାଳ ଓ ପରକାଳର ଦେବତା , ସାତ ଜନମର ସାଥି , ନିଶ୍ବାସ, ବିଶ୍ବାସ ଓ ଭାଗ୍ୟବିଧାତା ସେଥିପାଇଁ ତ ସ୍ବାମୀର ଶୁଭ ମନାସି ସ୍ତ୍ରୀ ସିନ୍ଥିରେ ନାଏଁ ନାଲି ସିନ୍ଦୂର ଓ ହାତରେ ନାଲି ସଙ୍ଖା । ସ୍ବାମୀ ଓ ସ୍ତ୍ରୀ ର ସମ୍ପର୍କ ସାତ ଜନମର । ବେଦିର ହୋମନିଆଁ, ବିବାହ ର ହାତ ଗଣ୍ଠି ରୁ ଆରମ୍ଭ ହୋଇ ଥାଏ ଏହି ଅତୁଟ ବନ୍ଧନ ।ଦୁହିଁଙ୍କୁ ଜନ୍ମ ଜନ୍ମାନ୍ତର ପାଇଁ ଏକାକାର କରିଦିଏ ଏହି ବନ୍ଧନ । ସ୍ବାମୀର ହାତକୁ ଧରି ସ୍ତ୍ରୀ ଜିବନର ବାଟ ଚାଲେ । ସ୍ତ୍ରୀ ର ପ୍ରିତିଭରା ପ୍ରେମକୁ ସାଙ୍ଗରେ ନେଇ ସ୍ବାମୀ ଜୀବନ ସାରା ବାଟ ଚାଲିବାକୁ ସାହାସ ଜୁଟାଏ । ଜଣେ ସଧବା ସ୍ତ୍ରୀ ପାଇଁ ସିନ୍ଦୂର ହେଉଛି ସବୁକିଛି ଆଉ ଏହି ସିନ୍ଦୂର କୁ ସୁରକ୍ଷା ଦେବାକୁ ସ୍ତ୍ରୀ ପାଳନ କରିଥାଏ ସାବିତ୍ରୀ ବ୍ରତ । ଏହି ବ୍ରତ ଜ୍ୟେଷ୍ଠ ମାସ ଅମାବାସ୍ୟା ଦିନ ପାଳନ କରାଯାଏ ।ଏହି ଅବସରରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପୂର ପଲ୍ଲୀ ରେ ପାଳିତ ହୋଇ ଯାଇଛି ସାବିତ୍ରୀ ବ୍ରତ । ଚଳିତ ବର୍ଷ କରୋନା କଟକଣା ଯୋଗୁଁ ମନ୍ଦିର ଗୁଡିକ ବନ୍ଦ ଥିବା ଯୋଗୁଁ ନିଜ ନିଜ ଘରେ ଏହି ବ୍ରତ ପାଳନ କରୁଥିବା ଦେଖି ବା କୁ ମିଳିଛି । ବିଭିନ୍ନ ପ୍ରକାର ଫଳ ଭୋଗ ସହ ସ୍ବାମୀ ର ଦିର୍ଘାୟୁ କାମନା କରି ସଧବା ମହିଳା ମାନେ ସାବିତ୍ରୀ ବ୍ରତ ପାଳନ କରୁଥିବା ଦେଖିବାକୁ ମିଳିଛି ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )