କରୋନାରେ ମୃତ୍ୟୁ ଯୋଗୁଁ ଛୁଇଁଲେନି ପରିବାର ଲୋକ: ହେଲପିଙ୍ଗ ହ୍ୟାଣ୍ଡ କଲା ଶବ ସତ୍କାର ।

0 555

ଭଞ୍ଜନଗର,୦୪/୦୫(ପିପିଟି); ଭଞ୍ଜନଗର କୋଭିଡ଼ କେୟାର ସେଣ୍ଟର ଠାରେ ମଙ୍ଗଳବାର ସକାଳ ସାଢେ଼ ଆଠଟା ସମୟରେ କରୋନାରେ ମୃତ୍ୟୁ ବରଣ କରିଥିବା ଜଣେ ରୋଗୀର ମୃତଦେହକୁ ତାର ପରିବାର ଲୋକେ ନେବାକୁ ମନା କରିଦେଇଥିଲେ। ଆଜି ପର୍ଯ୍ୟନ୍ତ ଯିଏ ସମସ୍ତଙ୍କ ସହ ସୁସମ୍ପର୍କ ରଖି ଦୁଃଖ ସୁଖରେ ଅନ୍ୟମାନଙ୍କୁ ସାହାଯ୍ୟ କରି ଆସୁଥିଲା। ସିଏ ଆଜି ସମସ୍ତଙ୍କ ପାଇଁ ଅଲୋଡ଼ା ହୋଇଯାଇଛି। ଯାହାଫଳରେ ତାର ମୃତଦେହକୁ ଛୁଇଁବା ତ ଦୂରର କଥା ନିଜ ଗ୍ରାମକୁ ମଧ୍ୟ ନେବାକୁ ମନା କରିଦେଲେ ସମର୍କୀୟ ମାନେ। ତହସିଲଦାରଙ୍କ ଅନୁରୋଧ କ୍ରମେ ଭଞ୍ଜନଗର ଲଣ୍ଡେଇ ସାହିରେ ଥିବା ସ୍ବେଛାସେବୀ ସଙ୍ଗଠନ ହେଲପିଙ୍ଗ ହ୍ୟାଣ୍ଡର କିଛି ସଦସ୍ୟ ଉକ୍ତ ମୃତଦେହକୁ ନେଇ ଜାମପଲ୍ଲୀ ସ୍ମଶାନରେ ସତ୍କାର କରିଥିଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ।ସୋରଡ଼ା ନିଗମାନନ୍ଦ ରୋଡ଼ରେ ରହୁଥିବା ସୁଶାନ୍ତ କୁମାର ମିଶ୍ର(୪୯) ରାସନ ଦୋକାନ କରି ଚଳୁଥିଲେ। ଗତ ୫ଦିନ ହେବ ସେ ଜ୍ବରରେ ଆକ୍ରାନ୍ତ ହୋଇ ସୋରଡ଼ା ଡାକ୍ତରଖାନାରେ ଚିକିତ୍ସିତ ହୋଇ ଆସୁଥିଲେ। ହେଲେ ଗତ କାଲି ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେବାରୁ ସୁଶାନ୍ତଙ୍କୁ ଭଞ୍ଜନଗର କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।ଏଠାରେ ତାଙ୍କର ଆଜି ମୃତ୍ୟୁ ଘଟିଥିଲା।ଅଳ୍ପ କିଛି ସମର୍କୀୟ ସ୍ମଶାନ ଘାଟରେ ଉପସ୍ଥିତ ଥିଲେ ମଧ୍ୟ ସେମାନେ କରୋନା ଭୟରେ ମୃତଦେହ ଠାରୁ ଦୂରେଇ ରହିଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.