ମାଲକାନଗିରି,ତା:୨୧/୦୯(ପିପିଟି); ମାଲକାଗିରି ଜିଲ୍ଲା ଅନ୍ତର୍ଗତ କୋରୁକୋଣ୍ଡା ବ୍ଲକ ଅଧିନସ୍ଥ ଏମଭି-୩୦ ପିୟୁପି ବିଦ୍ଯାଳୟରେ କାର୍ଯ୍ଯରତ ଶିକ୍ଷକ ଯାମିନୀ କାନ୍ତ ରାଉତ(୩୮)ଙ୍କ କୋରନା ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ସମ ହସପିଟାଲରେ ମୃତ୍ୟୁ ବରଣ କରିଥିବା ଜଣା ପଡିଛି । ତାଙ୍କ ପରିବାର ସହ ସେ ବାଲିମେଳାରେ ରହୁଥିଲେ । ସେ ଜିଲ୍ଲାପରିଷଦ ଶିକ୍ଷକ ଭାବେ ମାଲକାନଗିରି ଜିଲ୍ଲାରେ କାର୍ଯ୍ଯ କରି ଆସୁଥିଲା ବେଳେ ୨୦୧୨ରେ ରେଗୁଲାର ଶିକ୍ଷକ ଭାବେ କୋରୁକୋଣ୍ଡା ବ୍ଲକ ଅଧିନରେ ଶିକ୍ଷରତା କରୁଥିଲେ । ଆଜି କୋରୁକୋଣ୍ଡା ବ୍ଲକ ଶିକ୍ଷାଅଧିକାରୀ ପତିତପାବନ ଦାସ ଶିକ୍ଷକ ଯାମିନୀ କାନ୍ତ ରାଉତଙ୍କ ଅକାଳ ବିୟୋଗରେ ଶୋକ ସଭା କରିବା ସହ ତାଙ୍କ ପରିବାରଙ୍କୁ ୫ ହଜାର ଟଙ୍କା ପ୍ରଦାନ କରିଥିବା ଜଣା ପଡିଛି । (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)