କରୋନାରେ ଜଣେ ଦେହାନ୍ତ ।

0 363

ମାଲକାନଗିରି,ତା:୨୦/୦୯(ପିପିଟି); ଆଜି ସକାଳେ ମାଲକାନଗିରି ବ୍ଲକ ଅନ୍ତର୍ଗତ ପାଣ୍ତ୍ରିପାଣି ଗ୍ରାମର ଜଣେ ବ୍ଯବସାୟୀ କରୋନା ରୋଗରେ ଆକ୍ରାନ୍ତ ହୋଇ ବିଶାଖାପାଟଣାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ କିଛି ଦିନ ତଳେ ପାଣ୍ଡ୍ରିପାଣି ଗ୍ରାମରେ ବ୍ଯବସାୟ କରି ଜୀବିକା ନିର୍ବାହ କରି ଆସୁଥିବା ୟୁ ମୋହନ ରାଓ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ମାଲକାନଗିରି କୋଭିଡ ହସପିଟାଲରେ ଚିକିତ୍ସତ ହେଉଥିଲେ । ମାତ୍ର ତାଙ୍କ ସ୍ବସ୍ଥ୍ଯାବସ୍ଥାରେ ଉନ୍ନତି ନହେବାରୁ ତାଙ୍କୁ ବିଶାଖା ପାଟଣା ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ଦେହାନ୍ତ ହୋଇଥିବା ପାଣ୍ତ୍ରିପାଣି ସରପଞ୍ଚ ଶିବରାମ ଖେମୁଡୁ ସୂଚନା ଦେଇଛନ୍ତି ।ତାଙ୍କ ମାଆ,ସ୍ତ୍ରୀ,ପୁଅ ଏବଂ ଭାଇ ମଧ୍ଯ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । (ରିପୋର୍ଟ – ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ।)

Leave A Reply

Your email address will not be published.