ମାଲକାନଗିରି,ତା:୦୪/୦୫(ପିପିଟି);ମାଲକାନଗିରି ଚିତ୍ରକରମାନଙ୍କ ଦ୍ବାରା ସଦର ମହକୁମା ସ୍ଥିତ ଏସି/ଏସଟି କର୍ମଚାରୀ ସଂଘ କକ୍ଷରେ କରୋନାରେ ମୃତ୍ଯୁ ବରଣ କରିଥିବା କଳା ଶିକ୍ଷକ ନାଗେଶ୍ବର ଆଚାରୀଙ୍କ ଅମର ଆତ୍ମାର ସଦଗତି କାମନା କରି ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଗତ ୩୧ ତାରିଖ ଦିନ ଗୋବିନ୍ଦପଲ୍ଲୀ ଗ୍ରାମର ସ୍ଵର୍ଗୀୟ ଆଦି ନାରାୟଣ ଅଚାରୀଙ୍କ ୩ୟ ସନ୍ତାନ ନାଗେଶ୍ଵର ଅଚାରୀ (୩୫) କରୋନାରେ ମୃତ୍ୟୁ ବରଣ କରଥିଲା ବେଳେ ତାଙ୍କୁ ତିନି ଦିନ ଧରି ସାଧାରଣ ଜ୍ଵର ,କାଶ ,ଥଣ୍ଡା ଲାଗି ରହିଥିଲା । ଫଳରେ ଗୋବିନ୍ଦପଲ୍ଲୀ ସରକାରୀ ଚିକିତ୍ସାଳୟ ଠାରେ ତାଙ୍କର କରୋନା ପରୀକ୍ଷଣ କରାଯାଥିଲା । ପରୀକ୍ଷାକୁ ତାଙ୍କୁ କରୋନା ସଂକ୍ରମିତ ହୋଇଥିବା ଜଣା ପଡିବା ପରେ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅକ୍ସିଜନ କମ ଥିବାରୁ ୩୧ ତାରିଖ ଦିନ ୧୨ଟା ସମୟରେ ମାଲକାନଗିରି କୋଭିଡ ହସ୍ପିଟାଲ ରେ ଭର୍ତ୍ତି କରା ଯାଇଥିବା ବେଳେ ସେହି ଦିନ ୨ଟା ୩୦ ମିନିଟରେ ମୃତ୍ୟୁ ଘଟିଥିଲା । ନାଗେଶ୍ବର ପିଲା ବେଳରୁ ହିଁ ଚିତ୍ର ଅଙ୍କନ ପ୍ରତି ରୁଚି ରଖି ଥିଲେ । ସେ କୁଡୁମୁଳୁଗୁମ୍ମା ଆଦର୍ଶ ବିଦ୍ୟାଳୟରେ କଳା ଶିକ୍ଷକ ଭାବେ ଚାକିରୀ କରି ଆସୁଥିଲେ । ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲା କଳାକାର ମାନଙ୍କ ଦ୍ଵାରା ନାଗେଶ୍ୱର ଅଚାରୀଙ୍କ ସ୍ବର୍ଗତ ଆତ୍ମାର ସଦଗତି ପାଇଁ ଆଜି ଶୋକସଭl ପାଳନ କରା ଯାଇଥିଲା । ଏହି ଶୋକ ସଭାରେ କେ. ଦେଶୀରାଜୁ ଆଚାରୀ(ରାଜା),ସମୀର, ବନମାଳୀ, କାଳିଆ, ଜଣ୍ଟୁ,ଅଶୋକ, ଅଭିଳାଶ ପାତ୍ର, କେ. ଶିବ ପ୍ରସାଦ ଏବଂ କାର୍ତ୍ତିକ ପ୍ରମୁଖ ଚିତ୍ରକରମାନେ ଉପସ୍ଥିତ ରହି ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Prev Post