କରଲାମୁଣ୍ଡା ଠାରେ କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର।

0 152

କଳାହାଣ୍ଡି,୩୦/୦୭(ପିପିଟି); କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି କରଲାମୁଣ୍ଡା ପୋଲିସ ଫାଣ୍ଡି ଅନ୍ତର୍ଗତ ପଂଚାୟତ ସମିତି ହାଇସ୍କୁଲ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସାରା ବିଶ୍ବରେ କୋରନା ଭୁତାଣୁ ସଂକ୍ରମଣ ଜନିତ ଆତଙ୍କ ଯୋଗୁଁ ଲକ୍ ଡାଉନ ଜନିତ ସଙ୍କଟ ସମୟରେ ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ମ ରାମପୁର ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝୀ, କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଅଧୀର ଚନ୍ଦ୍ର ବିଶ୍ୱାସ ଏବଂ ନିଲୁ ରଥ,ପୂର୍ଣ୍ଣ ଚନ୍ଦ୍ର ସାହୁ, ଜଗବନ୍ଧୁ ମାଝୀ ସମେତ ସ୍ଥାନୀୟ ସ୍ବେଛାସେବୀ ଏବଂ କରଲାମୁଣ୍ଡା ଏବଂ କେସିଙ୍ଗା ବ୍ଲକ ର ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ଓ ଶିବିରରେକୋଭିଡ୍ -୧୯ କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖାଯାଇ ଥିଲା। ଏହି ରକ୍ତଦାନ ଶିବିରରେ ୬୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ ସ୍ବେଛାସେବୀ ଜଗନ୍ନାଥ ଚୌଧୁରୀ, ନନ୍ଦିକିଶୋର ଭୋଇ, ସୁମନ୍ତ ସାହୁ,କୋଦଣ୍ଡ ସାହୁ, ସମେତ ରକ୍ତ ଭଣ୍ଡାର କର୍ମଚାରୀ ସଂଜୀବ ମହାକୁଡ଼, କୃଷ୍ଣ ଚନ୍ଦ୍ର ସାହୁ ଏଲଟି, ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।

ରିପୋର୍ଟ – ଭିଷ୍ମ ସାହୁ ।

Leave A Reply

Your email address will not be published.